୨ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍; ଜାଣନ୍ତୁ, କେଉଁ ବିଭାଗକୁ ମିଳିଲା କେତେ ?

ଆସନ୍ତୁ ଜାଣିବା କେଉଁ ବିଭାଗକୁ ମିଳିଛି କେତେ ? ଆଉ କେଉଁ ବିଭାଗକୁ କେତେ ଗୁରୁତ୍ୱ ଦିଆଯାଇଛି ?

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେସନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବଜେଟରେ ମୋଟ୍ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ବିଭାଗକୁ ମିଳିଛି କେତେ ? ଆଉ କେଉଁ ବିଭାଗକୁ କେତେ ଗୁରୁତ୍ୱ ଦିଆଯାଇଛି ?

କେତେ ?

ବଜେଟରେ କୃଷିକୁ ମିଳିଛି ଗୁରୁତ୍ୱ

କୃଷି ପାଇଁ ଚଳିତ ବଜେଟରେ ମୋଟ୍ ୨୧ ହଜାର ୧ ଶହ ୬୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯେଉଁଥିରେ କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ କରାଯାଇଛି । ସେହିପରି ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ କରାଯାଇଥିବା ବେଳେ କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି । ସେହିଭଳି ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ୧୨ ହଜାର ୫୦୦ ନଳକୂପ ଖନନ ହେବ । ଏଥିପାଇଁ ବ୍ୟୟବରାଦ ୪୦୦ କୋଟି କରାଯାଇଛି । ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି ।

ସ୍ୱାସ୍ଥ୍ୟ କ୍ଷେତ୍ରକୁ ୧୨ ହଜାର ୬୨୪ କୋଟି

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧୀନରେ ଖର୍ଚ୍ଚ ହେବ ୨ ହଜାର ୩୨୫ କୋଟି ଟଙ୍କା । ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି ଟଙ୍କା ଖର୍ଚ୍ଚ ହେବାକୁ ପ୍ରସ୍ତାବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆନୁସଙ୍ଗିକ ସେବାର ସୁଦୃଢୀକରଣ ପାଇଁ ୬୫୨ କୋଟି ଟଙ୍କା ବ୍ୟୟବରାଦ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨ ହଜାର ୧୫୬ କୋଟି ଟଙ୍କା ବ୍ୟୟବରାଦ । 'ସ୍ୱାସ୍ଥ୍ୟ ଓ ଭେଷଜ ଶିକ୍ଷାରେ ମାନବ ସମ୍ବଳ' ଯୋଜନା ଅଧୀନରେ ୩୧୨ କୋଟି ଟଙ୍କା ବ୍ୟୟବରାଦ ।

ବଜେଟରେ ଶିକ୍ଷାକୁ ଅଧିକ ଗୁରୁତ୍ୱ

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ମୋଟ ୨୭, ୩୨୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ମୋ ସ୍କୁଲ ଅଭିଯାନ ଅଧିନରେ ୬୪୬ କୋଟି । ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି । ମୋ କଲେଜ ଅଭିଯାନ ପାଇଁ ୧୧ କୋଟି । 'ସମଗ୍ର ଶିକ୍ଷା' ପାଇଁ ୩୫୮୧ କୋଟି ବ୍ୟୟ ବରାଦ କରାଯାଇଛି ।

କେଉଁ ବିଭାଗକୁ କେତେ ?

  • କୃଷି- ୨୧, ୧୬୬ କୋଟି

    ସ୍ୱାସ୍ଥ୍ୟ- ୧୨, ୬୨୪ କୋଟି


  • ଶିକ୍ଷା ଓ ଦକ୍ଷତା ବିକାଶ- ୨୭, ୩୨୪ କୋଟି

  • ମିଶନ ଶକ୍ତି- ୨୦୦୦ କୋଟି

  • ବିପର୍ଯ୍ୟୟ ପରିଚାଳନା- ୩୨୬୨ କୋଟି

  • ସଡକ ଓ ଭିତ୍ତିଭୂମି- ୧୪, ୪୫୪ କୋଟି

  • ପର୍ଯ୍ୟଟନ- ୫୯୦ କୋଟି

  • କ୍ରୀଡା ଓ ଯୁବସେବା ବିଭାଗ- ୯୧୧ କୋଟି

  • ଶକ୍ତି- ୩୪୮୨ କୋଟି

  • ଶିଳ୍ପ, ଏମଏସଏମଇ, ଉଦ୍ୟୋଗ- ୧୨୬୯ କୋଟି

  • ଜଙ୍ଗଲ ଓ ପରିବେଶ- ୨୨୧୭ କୋଟି

  • ଇସ୍ପାତ ଓ ଖଣି- ୧୮୩ କୋଟି

  • ଆଇଟି ଓ ଇଲେକ୍ଟ୍ରୋନିକ୍- ୩୦୨ କୋଟି
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+