ସାବଧାନ!!! ବାଜାରକୁ ଆସିଛି ନୂଆ ସାଇବର ସ୍କାମ ପିଙ୍କ୍ ହ୍ୱାଟ୍ସଆପ୍: କ୍ଲିକ କରିବା ମାତ୍ରେ ହ୍ୟାକ ହୋଇଯବ ଫୋନ
Pink WhatsApp: ହ୍ୱାଟ୍ସଆପ୍ ଡାଉନଲୋଡ କରିବା ପାଇଁ କିଛି ଅଜଣା ଲିଙ୍କ୍ ଆସୁଛି କି ? ଯଦି ହଁ, ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣଙ୍କ ମୋବାଇଲରେ ଆପେ ଅପ୍ଲୋଡ ହୋଇଯିବ ପିଙ୍କ୍ ହ୍ୱାଟ୍ସଆପ୍ । ଯାହାକୁ ଏକ ନୂଆ ନୂଆ ସାଇବର ସ୍କାମ । ଆଉ ଏମିତି ହେଲେ ଆପଣଙ୍କ ଫୋନରୁ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ଡାଟା ଚୋରି ହୋଇଯିବ ।
ଯଦି କୌଣସି ଅଚିହ୍ନା ଲୋକ କିମ୍ବା ସାଙ୍ଗ ହ୍ୱାଟ୍ସଅପ ଗ୍ରୁପରେ ଏମିତି ମ୍ୟାସେଜ ପଠାନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଭୁଲରେ ବି ଏସବୁ ମେସେଜରେ କ୍ଲିକ କରନ୍ତୁ ନାହିଁ । କାରଣ ଥରେ କ୍ଲିକ କରିଦେଲେ ହ୍ୟାକ ହୋଇ ଯାଇପାରେ ଆପଣଙ୍କ ମୋବାଇଲ । ଏମିତିକି ଫୋନରୁ ସବୁ ଫଟୋ, ଭିଡିଓ ଲିକ୍ ହୋଇପାରେ । ଏଭଳି ଢଙ୍ଗରେ ହ୍ୟାକିଂର ଏକାଧିକ ଅଭିଯୋଗ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଆସିବା ପରେ କମିଶନରେଟ୍ ପୋଲିସ ତତ୍ପର ହୋଇଉଠିଛି ।

ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ, ଏବେ ଏମିତି ଏକ ନୂଆ ଭାଇରସ ଆସିଛି ଯାହାର ନାଁ ହ୍ୱାଟ୍ସଆପ ପିଙ୍କ । ଥରେ ଏହି ଲିଙ୍କକୁ କ୍ଲିକ କରିଦେଲେ ଆପଣ ମୋବାଇଲରେ ହ୍ୱାଟସଅପ ପିଙ୍କ ନାମକ ଏକ ସପ୍ଟଓୟାର ଡାଉନଲୋଡ ହୋଇଯିବ । ଯଦି ଏହି ସପ୍ଟଓୟାର ଥରେ ଏହା ଡାଉନଲୋଡ ହୋଇଗଲା ତେବେ ସେ ଆପଣଙ୍କର ସବୁ କଣ୍ଟାକ୍ଟ ନମ୍ବର, ଫଟୋ ଓ ଅନ୍ୟାନ୍ୟ ତଥ୍ୟ ଚୋରି କରିନେବ ।
ଯଦି ଆପଣ ଏହା କ୍ଲିକ କରିଦେଇଛନ୍ତି ତେବେ ତୁରନ୍ତ ଏହି ସପ୍ଟଓୟାରକୁ ଅନଇନଷ୍ଟଲ କରି ଦିଅନ୍ତୁ । ତା' ପରେ ଯେତେ ଜାଗାରେ ହ୍ୱାଟ୍ସପ ଲଗ ଇନ କରିଥିବେ ତାକୁ ଲଗ ଆଉଟ କରି ଦିଅନ୍ତୁ । ପୁଣି ଥରେ ଲଗଇନ କରିବେ । ଯଦି ସମାଧାନ ନ ହେଲା ତେବେ ମୋବାଇଲକୁ ବ୍ୟକଅପ୍ ନେଇ ଫରମାଟ କରିଦେବେ ।
ସୂଚନାଥାଉ କି, କୋରାପୁଟ ବୈପାରିଗୁଡ଼ାର ଜଣେ ସାମ୍ବାଦିକଙ୍କ ମୋବାଇଲ୍ ମଧ୍ୟ ହ୍ୟାକ୍ ହୋଇଛି । ପୂର୍ବରୁ କର୍ଣ୍ଣାଟକ ସିଆଇଡି ଏଭଳି ସ୍କାମ୍ ନେଇ ସତର୍କବାଣୀ ଜାରି କରିଥିଲା । ଆଜି ମହାରାଷ୍ଟ୍ର ପୋଲିସ ଏନେଇ ପରାମର୍ଶ ଜାରି କରିଛି । ଖୁବଶୀଘ୍ର ଓଡି଼ଶା ପୋଲିସ ଲୋକଙ୍କୁ ସତର୍କ କରାଇବ ବୋଲି ସୂଚନା ମିଳିଛି ।












Click it and Unblock the Notifications