ଘରେ ଗୋରୁଗାଇ ରଖିଛନ୍ତି କି ? ଜାଣି ରଖନ୍ତୁ ଚର୍ମବିଣ୍ଡି ରୋଗକୁ ନେଇ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ...
ମଣିଷ ପରେ ଏବେ ଗୋରୁଗାଇଙ୍କୁ ଭାଇରସ୍ ଭୟ । ମହାମାରୀ କରୋନାର ପ୍ରକୋପ କମିଥିବା ବେଳେ ଏବେ ଆଉ ଏକ ଭାଇରସ୍କୁ ନେଇ ଚିନ୍ତା ବଢ଼ିଛି। ଲମ୍ପି ସ୍କିନ୍ ଡିଜିଜ୍ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସଂକ୍ରାମକ ରୋଗ ।
Lumpy Skin Disease: ମଣିଷ ପରେ ଏବେ ଗୋରୁଗାଇଙ୍କୁ ଭାଇରସ୍ ଭୟ । ମହାମାରୀ କରୋନାର ପ୍ରକୋପ କମିଥିବା ବେଳେ ଏବେ ଆଉ ଏକ ଭାଇରସ୍କୁ ନେଇ ଚିନ୍ତା ବଢ଼ିଛି। ଲମ୍ପି ସ୍କିନ୍ ଡିଜିଜ୍ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସଂକ୍ରାମକ ରୋଗ । ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି । ଉତ୍ତରଭାରତ ସମେତ ରାଜସ୍ଥାନ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶରେ ଗାଇ ମହିଷି ଚର୍ମବିଣ୍ଡି (ଲମ୍ପି ଡିଜିଜ୍)ରେ ଆକ୍ରାନ୍ତ ହେବା ଏବଂ ବହୁ ସଂଖ୍ୟକ ପଶୁ ପ୍ରାଣ ହରାଇଲେଣି ।

ଲମ୍ପି ସ୍କିନ୍ ଡିଜିଜ୍ ବା ଚର୍ମବିଣ୍ଡି ରୋଗର ଲକ୍ଷଣ କଣ ?
୧ - ଏହି ରୋଗରେ ଆକ୍ରାନ୍ତ ଗାଈଗୋରୁଙ୍କର ଶାରୀରିକ ତାପମାତ୍ରା ୧୦୪ରୁ ୧୦୭ ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ବଢ଼ି ଯାଇଥାଏ ।
୨ - ସମଗ୍ର ଶରୀରରେ ଗୋଲ, କଳା ରଙ୍ଗର ଆବୁ ବାହାରିଥାଏ। ଗ୍ରନ୍ଥି ଏବଂ ଶିର ମଧ୍ୟ ଫୁଲି ଯାଇଥାଏ।
୩ - ପ୍ରାଣୀମାନେ ଖାଇବା, ପିଇବା କମାଇ ଦେବା ସହ ଗୋଟିଏ ସ୍ଥାନରେ ଠିଆ ହୋଇକି ରୁହନ୍ତି । ଏହାସହ ଚାଲିବାରେ କଷ୍ଟ ଅନୁଭବ କରିଥାନ୍ତି।
୪ - ଅତ୍ୟଧିକ ଶାରୀରିକ ତାପମାତ୍ରା ଯୋଗୁ ଗର୍ଭଣୀ ଗାଈମାନଙ୍କ ଗର୍ଭ ନଷ୍ଟ ହୋଇଯାଏ ।
କେମିତି ହୋଇଥାଏ ଲମ୍ପି ସ୍କିନ୍ ଡିଜିଜ୍ ବା ଚର୍ମବିଣ୍ଡି ରୋଗ ?
୧ - ରକ୍ତ ଖାଉଥିବା ଟିଙ୍କ କିମ୍ବା ମାଛି କାମୁଡ଼ିଲେ ଗୋଟିଏ ପ୍ରାଣୀରୁ ଅନ୍ୟ ପ୍ରାଣୀକୁ ଏହା ବ୍ୟାପିଥାଏ ।
୨ - ଏହି ରୋଗରେ ଆକ୍ରାନ୍ତ ଗାଈ ଗୋରୁ ଅନ୍ୟ ମାନଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ।
୩ - ଗାଁ ଗହଳି ରେ ଗାଈ ଦୁହିଁବାକୁ ଆସୁଥିବା ଲୋକେ ହାତ ନ ଧୋଇ ବିଭିନ୍ନ ଗାଈକୁ ଦୁହିଁଲେ ଏହି ରୋଗ ବ୍ୟାପୁଛି।
ଲମ୍ପି ସ୍କିନ୍ ଡିଜିଜ୍ ବା ଚର୍ମବିଣ୍ଡି ରୋଗ ହେଲେ କଣ ହୁଏ ?
୧ - ଭାଇରସ ଦ୍ୱାରା ପ୍ରଥମେ ଗାଈ ଗୋରୁ କି ମଇଁଷିଙ୍କୁ ଜ୍ଵର ହେବ ।
୨ - ଜ୍ଵର ପରେ ଚର୍ମରେ ଗୋଲ ଗୋଲ ବିଣ୍ଡି ଭଳି ହୋଇଯିବ ।
୩ - ନିମୋନିଆ ବି ହେବା ସହ ଲଙ୍ଗସ୍ ଇନଫକେସନ ହୋଇ ନିଶ୍ୱାସ ପ୍ରଶ୍ଵାସ ନେବାରେ ଗୋ ସମ୍ପଦ ଙ୍କର ଅସୁବିଧା ହୋଇଥାଏ।
୪ - ଗାଈ ଖାଇବା ବନ୍ଦ କରି ଦିଏ, ଆସନ୍ନ ପ୍ରସବା ଗାଈର ଛୁଆ ବାହାରିଯାଏ ।
୫ - କ୍ଷୀର ଦେଉଥିବା ଗାଈ ମାନଙ୍କର କ୍ଷୀର ବହୁତ କମି ଯାଏ।
୬ - ଗାଈଟି ଥରେ ଏହି ରୋଗରେ ଆକ୍ରାନ୍ତ ହେଲେ ବହୁତ ଦିନ ପର୍ଯ୍ୟନ୍ତ ଛୁଆ ରଖିବ ନାହିଁ।
ଲମ୍ପି ସ୍କିନ୍ ଡିଜିଜ୍ ବା ଚର୍ମବିଣ୍ଡି ରୋଗ ରୋଗର ନିରାକରଣ କଣ ?
୧ - ଗୋ ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ହେବ ଓ ଗୋବର ଗଦା କୁ ସାନିଟାଇଜି କରିବାକୁ ହେବ।
୨ - ଗାଈ ଗୁହାଳରେ 2% ସୋଡିୟମ ହାଇପ୍ରୋ କ୍ଲୋରାଇଡ଼ ସ୍ପ୍ରେ କରନ୍ତୁ।
୩ - ଗାଈ ଦେହରେ ଟିଙ୍କ ନ ହେବା ପାଇଁ ଆକାରିସାଇଡ଼ିଆଲ ଡ୍ରଗ୍ସ ଲଗାଯାଉ କିମ୍ବା ସ୍ପଟନ ସ୍ପୋରନ ବେକ ପାଖରେ 4 ରୁ 6 ଟୋପା ଲଗାନ୍ତୁ।
୪ - ଯିଏ ବି ଗୁହାଳକୁ ଯାଉଛନ୍ତି ହ୍ୟାଣ୍ଡୱାସ୍ ସାନିଟାଇଜର ବ୍ୟବହାର କରନ୍ତୁ।
୫ - ଯେଉଁ ଗାଈ ଦେହରେ ରୋଗ ଚିହ୍ନଟ ହେଉଛି ତାଙ୍କୁ ପୃଥକ ବାସ ରେ ରଖିବାକୁ ହେବ ସହ ଚିକିତ୍ସା କରନ୍ତ।
୬ - ଯେଉଁ ଗାଈ ଗୋରୁ ଏହି ରୋଗରେ ମରି ଯାଉଛନ୍ତି ସେମାନଙ୍କୁ ବାହାରେ ନ ଫୋପାଡ଼ି ଲୁଣ ଦେଇ ପୋତି ଦିଅନ୍ତୁ।
୭ - ଆନ୍ତରାଜ୍ୟ ଗୋ ମଇଁଷି ପରିବହନ ଉପରେ କଟକଣା ଲଗାଯିବା ଦରକାର
୮ - ପ୍ରାଣୀମେଳା ଓ ପ୍ରଦର୍ଶନୀ ଉପରେ ରୋକ ଲଗାଯିବା ଦରକାର।












Click it and Unblock the Notifications