ସଲମାନଙ୍କ ରୋମାଣ୍ଟିକ ଗୀତ କଲା ଫ୍ୟାନ୍ସଙ୍କୁ ମତୁଆଲା, 'ଜି ରହେ ଥେ ହମ'ର ଟିଜର ରିଲିଜ୍

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ'କୁ ବର୍ତ୍ତମାନ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ସୋମବାର ଦିନ ଏହି ଫିଲ୍ମର ରୋମାଣ୍ଟିକ ଗୀତ 'ଜି ରହେ ଥେ ହମ'ର ଟିଜର ସୋମବାର ମୁକ୍ତିଲାଭ କରିଛି ।

 salman khan

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ'କୁ ବର୍ତ୍ତମାନ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ସୋମବାର ଦିନ ଏହି ଫିଲ୍ମର ରୋମାଣ୍ଟିକ ଗୀତ 'ଜି ରହେ ଥେ ହମ'ର ଟିଜର ସୋମବାର ମୁକ୍ତିଲାଭ କରିଛି । 'କିସି କା ଭାଇ କିସି କି ଜାନ'ର ଏହି ରୋମାଣ୍ଟିକ ଗୀତରେ ବି-ଟାଉନର ପ୍ରସିଦ୍ଧ ଅଭିନେତ୍ରୀ ପୂଜା ହେଗଡେ ସଲମାନଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି। ଏହା ସହିତ ଦବଙ୍ଗ ଖାନ ସୋସିଆଲ ମିଡିଆରେ ମଧ୍ୟ ଏହି ଗୀତ ରିଲିଜ ତାରିଖ ବିଷୟରେ ସୂଚନା ଦେଇଛନ୍ତି ।

ସୋମବାର ଦିନ ସଲମାନ ଖାନ ତାଙ୍କ ଇନଷ୍ଟାଗ୍ରାମରେ ନିଜ ଆଗାମୀ ଚଳଚ୍ଚିତ୍ରର ନୂଆ ଗୀତର ଟିଜର ବିଷୟରେ ସୂଚନା ଦେଇଛନ୍ତି । ଏହି ଟିଜରରେ ସଲମାନ ଖାନଙ୍କୁ ଏକ ଭିନ୍ନ ଲୁକରେ ଦେଖିବା ପାଇଁ ମିଳୁଛି । ସେହିପରି ପୂଜା ହେଗଡେ ଏବଂ ସଲମାନଙ୍କ ଯୋଡିକୁ ମଧ୍ୟ ବେଶ୍ ପ୍ରଶଂସା କରାଯାଉଛି । ତେବେ ଖାସ କଥା ହେଉଛି ଯେ ଏହି ସୁନ୍ଦର ଗୀତକୁ ସଲମାନ ଖାନ ନିଜେ ଗାଇଛନ୍ତି । ଏହି ଗୀତର ଟିଜର ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ଏବଂ ସାଉଁଟୁଛି ଦର୍ଶକଙ୍କ ପ୍ରଶଂସା । ସଲମାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ଏହି ତୃତୀୟ ଗୀତଟି ମାର୍ଚ୍ଚ ୨୧ ଅର୍ଥାତ୍ ବୁଧବାର ଦିନ ମୁକ୍ତିଲାଭ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+