ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା: ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା
ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ବଳରାମ ରାଉତ । ତାଙ୍କ ଘର ନିମାପଡ଼ା ଅଞ୍ଚଳରେ ।
ପୁରୀ: ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କରିଛନ୍ତି। କିନ୍ନରଙ୍କୁ ତୁରନ୍ତ ପୁରୀ ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ନାମ ବଳରାମ ରାଉତ । ତାଙ୍କ ଘର ନିମାପଡ଼ା ଅଞ୍ଚଳରେ । ତେବେ ସେ କେଉଁ କାରଣରୁ ଗୁମୁଟ ଉପରୁ ଡେଇଁଲେ, ତାହାର କାରଣ ଜଣାପଡ଼ିନାହିଁ ।

ଗୁମୁଟ ଉପରୁ ଚଢ଼ିଯାଇ ସେ ସିଂହଦ୍ୱାର ଆଗକୁ ଡେଇଁଥିଲେ। ପ୍ରାୟ ୫୦ ଫୁଟ ତଳକୁ ପଡ଼ିବା ପରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତ ବାହାରି ଯାଇଥିଲା। ଆଖି ଓ ମୁଣ୍ଡ ଭିତରେ ଥିବା ମାଂସ ମଧ୍ୟ ବାହାରକୁ ବାହାରି ଆସିଥିଲା। ସେ ଜୀବିତ ଥିବା ଭାବି ସିଂହଦ୍ୱାର ପୋଲିସ ତୁରନ୍ତ ଶରୀରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ପୁରୀ ସଦର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ୍ ସିସିଟିଭି ଫୁଟେଜ୍ ଯାଂଚ କରିବା ସହ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଦେଇଛି । ଏପରି ଅଘଟଣ ପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ବ୍ୟାପକ ପୋଲିସ୍ ଫୋର୍ସ, ଜେଟିପି, ଶ୍ରୀମନ୍ଦିର କର୍ମଚାରୀ ମୁତୟନ ସତ୍ୱେ ଜଣେ କିନ୍ନର କିପରି ସିଂହଦ୍ୱାର ଗୁମୁଟକୁ ଚଢ଼ି ଆତ୍ମହତ୍ୟା କରିବା ସୁରକ୍ଷା ପ୍ରତି ଅଙ୍ଗୁଳି ଉଠାଇଛି ।












Click it and Unblock the Notifications