ମୋକ୍ଷ ପାଇଲେ ମହାରାଜ କଂସ, ସରିଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ ଧନୁଯାତ୍ରା ଉଦଯାପିତ । କୃଷ୍ଣ ଏବଂ ବଳରାମଙ୍କ ପଦାଘାତରେ ମୋକ୍ଷ ପାଇଛନ୍ତି କଂସ । ଶେଷ ହୋଇଛି ମହାପରାକ୍ରମୀ ମହାରାଜା କଂସଙ୍କ ଅତ୍ୟାଚାର। ଭଣଜା କୃଷ୍ଣ-ବଳରାମଙ୍କ ହାତରେ ନିହତ ହୋଇଛନ୍ତି ମାମୁ । କଂସ ଆତଙ୍କରେ ଥରହର ମଥୁରାନଗରୀକୁ ଶାନ୍ତି ଫେରିଛି। ଘରେ ଘରେ ପାଳିତ ହୋଇଛି ପୁଷପୁନି। ଏଥିସହ ୧୧ଦିନ ବ୍ୟାପୀ ବରଗଡ଼ରେ ଆୟୋଜିତ ବିଶ୍ବ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଛି।

Dhanu Yatra

ମହାରାଜ କଂସଙ୍କ ଡାକରାକ୍ରମେ ମନ୍ତ୍ରୀ ଅକ୍ରୁରଙ୍କ ସଙ୍ଗେ କୃଷ୍ଣ-ବଳରାମ ଗୋପ ଛାଡ଼ି ମଥୁରା ଧନୁଯାତ୍ରା ପରିଭ୍ରମଣ କରିଥିଲେ। ଧନୁଗୃହରେ ରାତ୍ରିଯାପନ କରିଥିବା ବେନିଭ୍ରାତା ନଗର ପରିକ୍ରମାରେ ବାହାରି ପ୍ରଜାଙ୍କ ସହ ମିଶିଥିଲେ। ମାମୁ କଂସ ରଚିଥିବା କପଟ ଧନୁଯାତ୍ରାର ମୀନାବଜାରରେ ଦୁଇ ଭାଇ ପହଞ୍ଚିଥିଲେ। ବାଟସାରା ମଥୁରାବାସୀ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ଭଣଜାଙ୍କ ଆଗମନ ସୂଚନା ପାଇ କପଟୀ କଂସ ବ୍ୟୁହ ରଚନା କରି ଦୁଇ ଭଣଜାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ମଞ୍ଚକୁ କୁବଳୟା ହସ୍ତୀ ପଠାଇଥିଲେ। କୃଷ୍ଣଙ୍କ ଗୋଟିଏ ମୁଷ୍ଟିରେ କୁବଳୟା ହସ୍ତୀ ନିହତ ହୋଇଥିଲା । ସମ୍ମୁଖ ଯୁଦ୍ଧରେ ଦୁଇ ମଲ୍ଲ ଚାଣୁର-ମୁଷ୍ଟିକ ପ୍ରାଣ ହରାଇଥିଲେ । ମହାପରାକ୍ରମଶାଳୀ ଶିବଧନୁକୁ ଶ୍ରୀକୃଷ୍ଣ ଓ ହଳଧର ଭାଙ୍ଗିଥିଲେ । ଏହାପରେ ଆରମ୍ଭ କଂସ ଏବଂ କୃଷ୍ଣ-ବଳରାମଙ୍କ ମଧ୍ୟରେ ଭୟଙ୍କର ସମ୍ମୁଖ ଯୁଦ୍ଧ । ଅହଙ୍କାର, ମାନ, ଦର୍ପ ତ୍ୟାଗ କରି ପ୍ରଭୁଙ୍କ ଶରଣାଗତ ହେବା ପରେ କଂସଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଏହାସହ ଅନ୍ୟାୟ, ଅତ୍ୟାଚାର ଯୁଗର ଅନ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+