KIIT ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ: ସମବେଦନା ଜଣାଇଲେ ରାଜ୍ୟ ସରକାର
KIIT ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ପ୍ରେସ ଇସ୍ତାହାର ଜାରି କରାଯାଇଛି । KIIT ବିଶ୍ୱବିଦ୍ୟାଳୟର ବି.ଟେକ୍, କମ୍ପ୍ୟୁଟର ସାଇନ୍ସ ପ୍ରଥମ ବର୍ଷରେ ପଢ଼ୁଥିବା ନେପାଳର ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ସମ୍ପର୍କରେ ସୂଚନା ଆଜି ରାତି ପ୍ରାୟ 8.10 ସମୟରେ ସ୍ଥାନୀୟ ପୋଲିସଠାରୁ ପାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଘଟଣା ବିଷୟରେ ଝିଅର ପିତାମାତାଙ୍କୁ ଅବଗତ କରାଇଥିଲେ।
ଏହି ଦୁଃଖଦ ମୁହୂର୍ତ୍ତରେ, ରାଜ୍ୟ ସରକାର ମୃତକଙ୍କ ପରିବାରକୁ ସମର୍ଥନ କରୁଛନ୍ତି ଏବଂ ସେମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସୂଚନା ପାଇବା ପରେ, ପୋଲିସ କମିଶନର ଏବଂ ରାଜସ୍ୱ ଡିଭିଜନାଲ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଦୁର୍ଭାଗ୍ୟଜନକ ଘଟଣା ଘଟାଇବାର ପରିସ୍ଥିତିର ତଦନ୍ତ କରିବା ଏବଂ ଏହି ମାମଲାରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଫରେନସିକ୍ ଦଳ ପ୍ରମାଣ ସଂଗ୍ରହ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଏହା ବିଶ୍ୱବିଦ୍ୟାଳୟର ପରିଚାଳନା ଓ ଛାତ୍ରୀଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ପୋଲିସ କମିଶନର ଏସ. ଦେବଦତ୍ତ ସୂଚନ ଦେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଏଯାଏଁ ଜଣାପଡ଼ି ନାହିଁ ଏବଂ ଆତ୍ମହତ୍ୟା ନେଇ କିଟ୍ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।
ଗତ ଫେବୃଆରୀ ୧୬, ୨୦୨୫ରେ ଜଣେ ୨୦ ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକ୍ରିତି ଲମସାଲଙ୍କ ଆତ୍ମହତ୍ୟା ପରେ ଏହା ଦ୍ୱିତୀୟ ଏଭଳି ଘଟଣା ବୋଲି ଜଣାପଡ଼ିଛି। ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ଛାତ୍ରୀ ଜଣଙ୍କ ଜଣେ ସହପାଠୀଙ୍କ ଦ୍ୱାରା ଉତ୍ପୀଡ଼ନର ଶିକାର ହୋଇଥିଲେ। ଏହି ଅଭିଯୋଗକୁ ନେଇ ସେ ବିଶ୍ୱବିଦ୍ୟାଳୟର ଇନଟରନ୍ୟାସନାଲ ରିଲେସନ୍ସ ଅଫିସ (IRO)ରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଜାତୀୟ ମାନବାଧିକାର ଆୟୋଗ (NHRC) ତାଙ୍କ ରିପୋର୍ଟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ଅବହେଳାକୁ "ଗୁରୁତର ଅବହେଳା" ବୋଲି କୁହାଯାଇଥିଲା।












Click it and Unblock the Notifications