kiit university case ; ଜବତ ହେଲା ସୁଇସାଇଡ୍‌ ନୋଟ୍‌, ଖୋଲିବ କି ବଡ ରହସ୍ୟ ?

କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । କିଟ୍‌ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କ୍ୟାମ୍ପସରେ ସୃଷ୍ଟି ହୋଇଥିବା ଅଶାନ୍ତି ଥମିନାହିଁ।ଜବତ ହେଲା ମୃତ ଛାତ୍ରୀଙ୍କ ସୁଇସାଇଡ୍‌ ନୋଟ୍‌। ନେପାଳୀ ଭାଷାରେ ଲେଖାଇ ହୋଇଛି ସୁଇସାଇଟ୍‌ ନୋଟ୍‌ । ଯେଉଁଥିରେ ପୁରୁଷ ବନ୍ଧୁ କେମିତି ନିର୍ଯାତନା ଦେଉଥିଲା , ସେ ସବୁ ଘଟଣା ଉକ୍ତ ସୁଇସାଇଡ୍‌ ନୋଟ୍‌ରେ ଲେଖା ଅଛି । ସୁଇସାଇଡ୍‌ ନୋଟ୍‌କୁ ଜବତ କରି ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଇଛି ପୋଲିସ ।

kiit university case

ସେପଟେ କିଟ୍ ବିଶ୍ୱବିଦ୍ୟାଳୟରେ ଲାଗି ରହିଛି ଚାପା ଉତ୍ତେଜନା। ନ୍ୟାୟ ଦାବିରେ ଗତରାତିରେ କିଟ୍ ଛାତ୍ରଛାତ୍ରୀ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଏବେ କିଟ୍ ମୁଖ୍ୟ ଫାଟକ ସାମନାରେ ପୋଲିସ୍ ଛାଉଣୀ। ୪ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି। ଅତିରିକ୍ତ ଡିସିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଅଶାନ୍ତ ପରିସ୍ଥତିକୁ ଦୃଷ୍ଟିରେ ରଖି ପୋଲିସ୍ ମୃତୟନ ଅଛନ୍ତି।

ସେହିପରି ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଗିରଫ ୫ ଜଣଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ବର JMFC - 2 କୋର୍ଟ। ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ ବଣ୍ଡରେ ଏମାନଙ୍କୁ ଜାମିନ ମିଳିଛି। ତଦନ୍ତ ରେ ସହଯୋଗ କରିବା ସହ ଛାତ୍ରଛାତ୍ରୀ ଙ୍କୁ ପ୍ରଭାବିତ ନକରିବାକୁ କୋର୍ଟଙ୍କ ନିର୍ଦେଶ ରହିଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା ଇନଫୋସିଟି ଥାନା ପୋଲିସ । ଜାମିନ ପାଇଛନ୍ତି ତିନି ଡାଇରେକ୍ଟର ଏବଂ ଦୁଇ ସିକ୍ୟୁରିଟି ଗାର୍ଡ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+