କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା:୫ଜଣ ଗିରଫ
KIIT Student's Suicide Case: କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ବର୍ତ୍ତମାନ ସାରା ଦେଶରେ ଏପରିକି ଉତ୍ତେଜନାର ମାହୋଲ ଦେଖିବା ପାଇଁ ମିଳିଛି । ସେହିପରି ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ କିମିଟି ଗଠନ କରିଛନ୍ତି । ଅନ୍ୟ ପଟେ ଆକ୍ସନ ମୋଡରେ ରାଜ୍ୟ ସରକାର । ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀଙ୍କୁ ଗିରଫ କରାଯାଇଛି । ୩ ନିର୍ଦ୍ଦେଶକ ହେଲେ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥ ଏବଂ ସୁରକ୍ଷାକର୍ମୀ ହେଲେ ରମାକାନ୍ତ ନାୟକ, ଯୋଗେନ୍ଦ୍ର ବେହେରା । ସମସ୍ତ ୫ ଜଣଙ୍କୁ ଗିରଫ କରାଯାଇ ଇନଫୋସିଟି ପୋଲିସ କୋର୍ଟ ଚାଲାଣ କରିଛି ।

କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏହି କମିଟିରେ ସ୍ଥାନ ପାଇଛନ୍ତି ୩ଟି ବିଭାଗର ସଚିବ। କମିଟିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଓ ଉଚ୍ଚ ଶିକ୍ଷା ବିଭାଗର ସଚିବ ରହିଛନ୍ତି । ଘଟଣାର ନିରପକ୍ଷ ତଦନ୍ତ ପାଇଁ କମିଟି ଗଠନ କରାଯାଇଛି ।
ସୂଚନାଥାଉ ଯେ, କିଟ୍ ବିଶ୍ୱବିଦ୍ୟାଳରେ ପୁରୁଷବନ୍ଧୁଙ୍କ ନିର୍ଯାତନା ସହି ନ ପାରି ଜଣେ ନେପାଳୀ ବିଟେକ୍ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ସ୍ଥିତ ହଷ୍ଟେଲ 'କ୍ୟୁସି୪'ର ରୁମ୍ ନଂ.୪ଏ୧୨୫ରେ ରବିବାର ଅପରାହ୍ନରେ ଫ୍ୟାନରେ ଓଢ଼ଣି ଲଗାଇ ଝୁଲି ପଡିଥିଲେ ଛାତ୍ରୀ ଜଣକ । ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଛାତ୍ରୀଙ୍କ ନ୍ୟାୟ ପାଇଁ ଦାବି କରାଯାଉଛି । ଅନେକ ଏହି ଘଟଣାର ନିନ୍ଦା ମଧ୍ୟ କରୁଛନ୍ତି ।












Click it and Unblock the Notifications