କିଟ୍ ଛାତ୍ରୀ ମୃତ୍ୟୁ ଘଟଣା; ବଡ ପ୍ରତିକ୍ରିୟା ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ
କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା ।ଯେଉଁମାନଙ୍କୁ ସମନ ହୋଇଥିଲା ସେମାନେ ହାଜର ହୋଇଛନ୍ତି।
ଉଚ୍ଚସ୍ତରୀୟ କମିଟି ଶୁଣାଣି କରି ସବୁ ରେକର୍ଡ କରି ରଖିଛି । ଯାହା ନିଷ୍କର୍ସ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ।
ଏହା ଭିତରେ ୧୦ ଜଣଙ୍କୁ ଗିରଫ କରାଯାଇ ସାରିଛି ବୋଲି କହିଲେ ସୂର୍ଯ୍ୟବଂଶୀ। ପୋଲିସ ଇନ୍ଭେଷ୍ଟିଗେସନ୍, ଫୋରେନସିକ୍ ଯାଞ୍ଚ ଚାଲିଛି। ଭାଇରାଲ୍ ଭିଡିଓର ଭଏସ୍ ସ୍ପେକ୍ଟ୍ରୋଗ୍ରାଫି କରାଯିବ ।
କିଟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା। ୨ ଘଣ୍ଟାର ଜେରା ପରେ ଅତିଥି ଭବନରୁ ବାହାରିଥିଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଉକ୍ତ ମାମଲାରେ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି। ଗୃହ ବିଭାଗର ଅତରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପୁରା ଘଟଣାକୁ ନେଇ ଅଚ୍ୟୁତ ସାମନ୍ତଙ୍କୁ ପଚରା ଉଚରା କରିଛି ।

ଉଚ୍ଚସ୍ତରୀୟ କମିଟି ଅଚ୍ୟୁତ ସାମନ୍ତଙ୍କ ବୟାନ ରେକର୍ଡ କରିଛି। ଅଚ୍ୟୁତଙ୍କ ସହ କୁଳପତି ଡାକ୍ତର ଶରଣଜିତ୍ ସିଂ ମଧ୍ୟ ଅତିଥି ଭବନରୁ ବାହାରିଛନ୍ତି। କିଟ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ଓ ଏହାପରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ୮ ଜଣଙ୍କ ବୟାନ ରେକର୍ଡ କରିବାକୁ ଡାକିଥିଲା ଉଚ୍ଚସ୍ତରୀୟ କମିଟି । ପୂର୍ବରୁ କିଟ୍ ହଷ୍ଟେଲର ନିଲମ୍ୱିତ ଇନଚାର୍ଜ ଜୟନ୍ତୀ ନାଥ, କିଟ ଇଣ୍ଟର ନ୍ୟାସନାଲ ରିଲେସନ ଅଫିସର ରେଶମ ନୱାଜ, କିଟ୍ କୁଳପତି ଡାକ୍ତର ଶରଣଜିତ୍ ସିଂ, ରେଜିଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ପହଞ୍ଚି ବୟାନ ରେକର୍ଡ କରିଛନ୍ତି ।












Click it and Unblock the Notifications