କିଟ୍ ଛାତ୍ରୀ ମୃତ୍ୟୁ ମାମଲା: କମିଟି ଗଠନ କଲା UGC
KIIT Student Death Case: କିଟ୍ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ UGC ଫ୍ୟାକ୍ଟ ଫାଇଣ୍ତିଂ କମିଟି ଗଠନ କରିଛି । ଇଗ୍ନୋର ପୂର୍ବତନ ଭିସି ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷାରେ କମିଟି ଗଠନ ହୋଇଛି । ଅଧ୍ୟକ୍ଷଙ୍କ ସହ କମିଟିରେ ୩ ଜଣ ସଦସ୍ୟ ଅଛନ୍ତି । ତେବେ କେଉଁ ପରି ସ୍ଥିତିରି ଏପରି ଘଟଣା ଘଟୁଛି ସେନେଇ ତଦନ୍ତ କରିବ ଏହି କମିଟି । UGC ଗଠନ କରିଥିବା ଏହି ଫ୍ୟାକ୍ଟ ଫାଇଣ୍ତିଂ କମିଟି ତଦନ୍ତ କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ ।
ସୂଚନାଥାଉ ଯେ, ଗୁରୁବାର କିଟ୍ ହଷ୍ଟେଲ ରୁମରୁ ନେପାଳ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଏଯାଏ ସ୍ପଷ୍ଟ ହୋଇନାହିଁ। ଗତ ଫେବୃଆରୀ ୧୬, ୨୦୨୫ରେ ଜଣେ ୨୦ ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକ୍ରିତି ଲମସାଲଙ୍କ ଆତ୍ମହତ୍ୟା ପରେ ଏହା ଦ୍ୱିତୀୟ ଏଭଳି ଘଟଣା।

ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ଛାତ୍ରୀ ଜଣଙ୍କ ଜଣେ ସହପାଠୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ। ଏହି ଅଭିଯୋଗକୁ ନେଇ ସେ ବିଶ୍ୱବିଦ୍ୟାଳୟର ଇଣ୍ଟରନ୍ୟାଶନାଲ ରିଲେସନ୍ସ ଅଫିସ (IRO)ରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଜାତୀୟ ମାନବାଧିକାର ଆୟୋଗ (NHRC) ତାଙ୍କ ରିପୋର୍ଟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ଅବହେଳାକୁ ଗୁରୁତର ଅବହେଳା ବୋଲି କୁହାଯାଇଥିଲା।












Click it and Unblock the Notifications