କିଟ୍ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ: ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର
KIIT Student Death Case: କିଟ୍ ଛାତ୍ରୀ ମୃତ୍ୟୁ ମାମଲା । ଏମ୍ସରେ ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ହସ୍ତାନ୍ତର ପରେ ପରିବାର ଲୋକ କିଟ୍ ମୃତ ଛାତ୍ରୀ ଲାମସାଲଙ୍କ ମୃତଦେହକୁ ନେପାଳ ନେଇ ଯାଇଛନ୍ତି ।

ଅନ୍ୟପଟେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବଢୁଛି କିଟ୍ ବିଶ୍ୱବିଦ୍ୟାଳୟର ଚିନ୍ତା । ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ତେଜୁଛି ପ୍ରତିବାଦ । ନବ ନିର୍ମାଣ ଛାତ୍ର ସଂଗଠନ ସଦସ୍ୟଙ୍କ ପ୍ରତିବାଦ । ଅନଶନରେ ବସିଥିବା ନବ ନିର୍ମାଣ ଛାତ୍ର ସଂଗଠନକୁ ଭେଟିଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଅନଶନକାରୀଙ୍କ ସହ ଆଲୋଚନା କଲେ ଦାବିପତ୍ର ମଧ୍ୟ ନେଲେ । ହେଲେ କିଟ୍ ପ୍ରସଙ୍ଗରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।












Click it and Unblock the Notifications