ନିୟନ୍ତ୍ରଣରେ ଅଛି ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ଜଣ୍ଡିସ୍ ସ୍ଥିତି ,ସୂଚନା ଦେଲେ ସ୍ବାସ୍ଥ୍ୟ

ସାମ୍ନାକୁ ଆସିଲା ଜଣ୍ଡିସ ବ୍ୟାପିବାର କାରଣ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା । ସେହି ପାଣିରୁ ଜଣ୍ଡିସ ବ୍ୟାପିଥିବା ଜଣାପଡିଛି । ପାଣି ରିପୋର୍ଟ ଆସିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

Khurda Navodaya Vidyalaya

​​​​​​​ସାମ୍ନାକୁ ଆସିଲା ଜଣ୍ଡିସ ବ୍ୟାପିବାର କାରଣ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା । ସେହି ପାଣିରୁ ଜଣ୍ଡିସ ବ୍ୟାପିଥିବା ଜଣାପଡିଛି । ପାଣି ରିପୋର୍ଟ ଆସିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ତେଣୁ ପାନୀୟ ଜଳ ଯୋଗାଣ ହେଉ କିମ୍ବା ୱାଟକୋ ସମସ୍ତେ କିଭଳି ସ୍ୱଚ୍ଛ ପାନୀୟ ପାଣି ଯୋଗାଇ ଦେବେ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେ ଆହୁରି କହିଛନ୍ତି ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି । 'ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ମ୍ୟୁନିସପାଲିଟିକୁ ସଜାଗ ରହିବାକୁ କୁହାଯାଇଛି ।

ସୂଚନା ଥାଉକି, ବହୁ ଛାନ୍‌ଭିନ୍‌ ପରେ ଖୋର୍ଦ୍ଧା ପିଏମ୍‌ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ବିସ୍ଫୋରକ ରୂପ ନେଇଥିବା ଜଣ୍ଡିସ୍‌ର କାରଣ ପଦାକୁ ଆସିଛି। ପୂରା ବିଦ୍ୟାଳୟକୁ ଯେଉଁଠାରୁ ଜଳଯୋଗାଣ ହେଉଥିଲା, ସେହି ଓଭରହେଡ୍‌ ଟାଙ୍କିରୁ ଜଣ୍ଡିସ୍‌ ଭୂତାଣୁ ଚିହ୍ନଟ କରାଯାଇଛି। କେବଳ ସେତିକି ନୁହେଁ, ରୋଷେଇଶାଳାରୁ ବି ଏ ଭୂତାଣୁ ଚିହ୍ନଟ ହୋଇଛି ବୋଲି ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

ଓଭରହେଡ୍‌ ଟାଙ୍କିରୁ ଆରମ୍ଭ କରି ଭୂତାଣୁ ରୋଷେଇଶାଳା ଯାଏଁ ପହଞ୍ଚି ୮୦ରୁ ଅଧିକ ପିଲାଙ୍କୁ ଜଣ୍ଡିସ୍‌ ଆକ୍ରାନ୍ତ କରି ଚାଲିଥିଲା, ଅଥଚ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଜାଣି ପାରୁନଥିଲେ କେମିତି? ପୂର୍ବରୁ ବିଦ୍ୟାଳୟ କର୍ତ୍ତୃପକ୍ଷ କି' ପ୍ରକାର ଜଳ ନମୁନା ପରୀକ୍ଷଣ କରୁଥିଲେ ବୋଲି ଅଭିଭାବକ ମହଲ ପ୍ରଶ୍ନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+