ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ: ଗିରଫ ହେଲେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ
Odisha Election 2024: ବୋଲଗଡ଼ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ମାମଲାରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଛି ପୋଲିସ । ବେଗୁନିଆ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟକ ୧୪୪ ନମ୍ବର ବୁଥରେ ମାରପିଟ୍ ସହ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଗତକାଲି ବିଳମ୍ବ ରାତ୍ରିରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଛି ।

ପରେ ତାଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟରେ ହାଜର କରାଯାଇଥିଲା, ଯେଉଁଠି ତାଙ୍କୁ ଜାମିନ ମିଳିନଥିଲା ଏବଂ ତାଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ ପଠାଯାଇଥିବା ନେଇ ସୂଚନା । ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠିଙ୍କ ଅଭିଯୋଗ ପରେ ପ୍ରଶାନ୍ତ ଜଗଦେବଙ୍କୁ ପୋଲିସ ଗିରଫ କରିଛି । ତେବେ ଏହାକୁ ଏକ ଷଡଯନ୍ତ୍ର ବୋଲି ଦାବି କରିଛନ୍ତି ଦଳର ଅନ୍ୟ ନେତା ।












Click it and Unblock the Notifications