ଆଜିଠୁ ଖୁଦୁରୁକୁଣୀ ଓଷା : ଚାଲନ୍ତୁ ଖୁଦୁରୁକୁଣୀ ଓଷା ବିଷୟରେ ଜାଣିବା, କିଏ ଏହି ତଅପୋଇ ?

ତଅପୋଇ କଥା କିଏ ବା ଜାଣିନି । ଭାଇ-ଭଉଣୀ ମଧ୍ୟରେ ଭଲପାଇବା ହିଁ ତଅପୋଇର କାହାଣୀ । ଆଉ ସେଇଠୁ ଆରମ୍ଭ ଖୁଦୁରୁକୁଣୀ ଓଷା । ଖୁଦରକୁଣୀ ହେଉଛି ଏକ ଓଷା ଯାହାକୁ କୁମାରୀମାନେ ଭାଦ୍ରବ ମାସର ପ୍ରତି ରବିବାରେ ଜଗତ ଜନନୀ ମା' ମଙ୍ଗଳାଙ୍କୁ ଆରାଧନା କରନ୍ତି । ଆଉ ନିଜ ଭାଇ ପାଇଁ ଶୁଭ ମାନସିଥାନ୍ତି ।

ଭାଇ-ଭଉଣୀ ମଧ୍ୟରେ ଭଲପାଇବାର ପ୍ରତୀକ ହେଉଛି ଏହି ଓଷା । ଆଜିଠାରୁ ଆରମ୍ଭ ହୋଇଛି ଖୁଦରକୁଣୀ ଓଷା । ଏଥିପାଇଁ ସମସ୍ତେ ଭାରି ଖୁସି । କୁମାରୀମାନେ ଖୁଦରକୁଣୀ ଓଷାକୁ ମଙ୍ଗଳମୟୀ ମା' ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥା'ନ୍ତି ।

khudurukuni

ଚାଲନ୍ତୁ ଖୁଦୁରୁକୁଣୀ ଓଷା ବିଷୟରେ ଜାଣିବା ...

ଏକଦା ୭ ଜଣ ସାଧବ ପୁଅ ମଧ୍ୟ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲେ । ଆଉ ଘରେ ତାଙ୍କର ଗେହ୍ଲା ଭଉଣୀ ତଅପୋଇକୁ ଛାଡି ଯାଇଥିଲେ । ଭାଇମାନେ ଥିବା ସମୟରେ ତଅପୋଇକୁ ଯେମିତି ଭଲପାଇବା ମିଳୁଥିଲା ସେମାନେ ଗଲା ପରେ ମଧ୍ୟ ଭାଉଜମାନେ ତାକୁ ସେହି ଭଲପାଇବା ଦେଉଥିଲେ । ସବୁ ଠିକ୍ ଠାକ୍ ଚାଲିଥିଲା ।

ହେଲେ ଖୁସିରେ ଗ୍ରହଣ ଲାଗିବା ଭଳି ଘରେ ଆସି ପହଞ୍ଚିଥିଲା ରାଣ୍ଡୀ ବ୍ରାହ୍ମଣୀ । ଭାଉଜମାନଙ୍କ ସିଖେଇ ନଣନ୍ଦ ତଅପୋଇକୁ କଷ୍ଟ ଦେଉଥିଲା । ଭାଉଜମାନେ ତା କଥାରେ ପଡି ତଅପୋଇକୁ ଘରକାମ ସହ ଛେଳି ଚରାଇବା ପାଇଁ କହୁଥିଲେ । ଭାତ ବଦଳରେ ଗୋଡି ମିଶା ଖୁଦ ଦେଉଥିଲେ । ଭାଇମାନେ ପାଖରେ ନଥିବାରୁ ତଅପୋଇ ଏକଥା କାହାରିକୁ କହିପାରୁନଥିଲା । ନିଜ କଷ୍ଟ ନିଜ ମନରେ ଚାପି କାନ୍ଦି କାନ୍ଦି ରହୁଥିଲା । କିନ୍ତୁ ସାନ ଭାଉଜ ଥିଲେ ତଅପୋଇକୁ ଭଲ ପାଉଥିଲେ।

ଅନେକ ଦିନ ପରେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହୋଇଥିଲା । ତଅପୋଇ ମନରେ ଭାଇମାନଙ୍କ ଫେରିବାକୁ ନେଇ ଅନେକ ଦୁଶ୍ଚିନ୍ତା ଆସିଲା । ଆଉ ଶେଷରେ ତଅପୋଇ ନଦୀ ବାଲିରେ ମାଟିରେ ମୂର୍ତ୍ତି ଗଢ଼ି ଭାଇମାନଙ୍କର ମଙ୍ଗଳମନାସୀ ଖୁଦୁରୁକୁଣୀ ଓଷା କରିଥିଲା ।

ପାଖରେ କିଛି ନଥିବାବେଳେ ସେ ଶୁଖିଲା ଖୁଦକୁ ଭୋଗ ଆକାରରେ ଠାକୁରାଣୀଙ୍କ ପାଖରେ ଖୁଦ ଭୋଗ କରିଥିଲା । ସେଦିନ ଥିଲା ରବିବାର । ସେହିଦିନଠୁ ଭାଦ୍ରବ ମାସ ରବିବାରରେ ପାଳନ ହେଉଛି ଖୁଦୁରୁକୁଣି ।

ତା' ଡାକ ଶୁଣି ମା ମଙ୍ଗଳା ବା ଖୁଦୁରୁକୁଣି ଭାଇମାନଙ୍କୁ ଘରକୁ ଫେରାଇ ଆଣିଥିଲେ । ସେହି ଜଙ୍ଗଲରେ ତଅପୋଇ ପୂଜା କରୁଥିବା ବେଳେ ଭାଇମାନେ ଏକ କୁଆଁରୀ କନ୍ୟାର କାନ୍ଦ ବାରି ତା ପାଖକୁ ଆସି ଦେଖିଥିଲେ । ଆଉ ପାଇଥିଲେ ଭଉଣୀ ତଅପୋଇକୁ ।

ଭାଇମାନଙ୍କୁ ବନ୍ଦାପନା କରିବା ନିମନ୍ତେ ସବୁ ଭାଉଜ ଯାଇଥିବା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ । ହେଲେ ତଅପୋଇ ନ ଆସିଲେ ଆମ୍ଭେ ବୋଇତରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ ଧରି ବସିବାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ କହିଥିଲେ ।

ଶେଷରେ ଭଉଣୀ ତଇପୋଇକୁ ଦଣ୍ଡ ସ୍ୱରୁପ କେବଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧବ ବାକି ସମସ୍ତଙ୍କର ନାକ କାଟିବାକୁ ନିର୍ଦେଶ ଦେଇଥିଲେ ଭାଇମାନେ । ଆଉ ସେବେଠୁ ହୋଇ ଆସୁଛି ଖୁଦୁରୁକୁଣୀ ଓଷା ।

ଭଉଣୀମାନେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜ୍ୱଳ ଭବିଷ୍ୟତ ଓ ଦୀର୍ଘାୟୁ କାମନା କରି ମଙ୍ଗଳମୟୀ ମା' ମଙ୍ଗଳାଙ୍କ ନିକଟରେ ପୂଜା କରିଥା'ନ୍ତି । ମଙ୍ଗଳାଙ୍କର ବିଗ୍ରହକୁ ଏଥିରେ ପୂଜାର୍ଚ୍ଚନା କରାଯାଇଥାଏ ।

ବଢ଼ି ଭୋରରୁ କୁମାରୀ ଝିଅମାନେ ଫୁଲ ତୋଳି ସାଙ୍ଗ ହୋଇ ନଦୀକୁ ସ୍ନାନ ପାଇଁ ଯାଆନ୍ତି । ସେଠାରେ ସ୍ନାନାଦି ନିତ୍ୟକର୍ମ ସାରି ବାଲୁକା ସ୍ଥାପନ କରି ନିଜ ଭାଇମାନଙ୍କ ମଙ୍ଗଳ କାମନା କରି ଆରାଧନା କରିଥାଆନ୍ତି । ପରେ ଯେଝା ଘରକୁ ଯେ ଲେଉଟି ଆସିଥାନ୍ତି।

ପରେ ମଙ୍ଗଳାଙ୍କର ବିଗ୍ରହ ନିକଟରେ ରଙ୍ଗ ବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ। ଫୁଲରେ ତୋରଣ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାସଜାରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ । ଏହି ପର୍ବ ପ୍ରତିଟି ଓଡ଼ିଆ ଘରେ ପାଳନ ହୁଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+