ରାଜଧାନୀରେ ଅନଲାଇନରେ ମିଳିବ ମଦ : ଏହିପରି ଭାବରେ କରିପାରିବେ ଅର୍ଡର
ଏଣିକି ରାଜଧାନୀ ଭୁବନେଶ୍ୱରରେ ଅନଲାଇନରେ ମିଳିବ ମଦ
ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱରରେ ଅନଲାଇନରେ ମିଳିବ ମଦ। ଅନଲାଇନରେ ମଦ ବିକ୍ରି ହେବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି। ଫୋନରୁ ମେସେଜ୍ କରି କିମ୍ବା ହ୍ୱାଟସଆପ୍ ଦ୍ୱାରା ମଦ ଅର୍ଡର କରିହେବ। ଏଥିପାଇଁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ 7ଟାରୁ ସନ୍ଧ୍ୟା 5ଟା ସମୟ ଧାର୍ଯ୍ୟ କରାଯାଇଛି।

ସମସ୍ତ କୋଭିଡ୍ ନିୟମକୁ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ମଦ ନେବା ଆଣିବା ସମୟରେ କର୍ମଚାରୀମାନେ ଦୋକାନ ପରିଚୟ ପତ୍ର ଦେଖାଇ ପାରିବେ। ଓଡ଼ିଶା ପାନୀୟ ନିଗମ ଗୋଦାମରୁ ମଦ ଉଠାଇବା ପାଇଁ ନିୟମାବଳୀ କରାଯାଇଛି। ଗୋଦାମରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କେଉଁଦିନ କେଉଁ ମଦ ଅର୍ଡର କରିପାରିବେ ତାହାର ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି।












Click it and Unblock the Notifications