ଜବତ ବାଣ ଓ ମଦ ଚାଲାଣ ଘଟଣା; ବେଗୁନିଆ IICଙ୍କୁ ପୋଲିସ ହେଡ୍‌କ୍ୱାର୍ଟରକୁ ବଦଳି କଲେ ଖୋର୍ଦ୍ଧା ଏସ୍‌ପି

ଖୋର୍ଦ୍ଧା: ବେଗୁନିଆ ଥାନା IIC ବିଶ୍ୱଜିତ ରାଉତରାୟଙ୍କୁ ବଦଳି । IICଙ୍କୁ ପୋଲିସ ହେଡ୍‌କ୍ୱାର୍ଟରକୁ ବଦଳି କଲେ ଖୋର୍ଦ୍ଧା ଏସ୍‌ପି । ଥାନାରେ ଥିବା ଜବତ ବାଣ ଓ ମଦ ଚାଲାଣ ଘଟଣାରେ ବିବାଦୀୟ ଥିଲେ ଥାନା ବାବୁ । IICଙ୍କ ସହ ଅନ୍ୟ କିଛି ପୋଲିସ କର୍ମଚାରୀଙ୍କୁ ମଧ୍ୟ ଅଦଳବଦଳ କରାଯାଇଛି ।

ତେବେ ବେଗୁନିଆ ଥାନାରେ ଥିବା ଜବତ ବାଣ ଓ ମଦକୁ ବିଳମ୍ବିତ ରାତିରେ ଚାଲାଣ ଘଟଣାରେ ବିବାଦୀୟ ଥିଲେ ଆଇଆଇସି ବିଶ୍ବଜିତ ରାଉତରାୟ । ସେଥିପାଇଁ ଆଇଆଇସିଙ୍କ ସହ ଅନ୍ୟ ୬ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଅଦଳବଦଳ କରାଯାଇଛି । ପୂର୍ବରୁ ଏହି ଘଟଣାରେ ଚୋରା ଚାଲାଣ ଗାଡିରେ ଯାଉଥିବା ଡ୍ରାଇଭର ଓ ଜଣେ ହୋମଗାର୍ଡଙ୍କୁ ଗିରଫ କରାଯାଇଥିଲା ।

ଗତ ଶନିବାର ବେଗୁନିଆ ପୋଲିସ କଣ୍ଟାବାଡ଼ ଗାଁରେ ଏକ ବେଆଇନ ବାଣ କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣରେ ବାଣ ଜବତ କରିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

BEGUNIA_IIC

ଜବତ ବାଣ ଓ ମଦ ଥାନା ପରିସରରେ ଥିଲା। ହେଲେ ଶନିବାର ରାତି ପ୍ରାୟ ଗୋଟାଏ ବେଳେ ହୋମଗାର୍ଡ ପ୍ରକାଶ ମୁଦୁଲି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ଏକ ଓମିନି କାରରେ ବହୁ ପରିମାଣରେ ବାଣ ଓ ମଦ ନେଇ କୌଣସି ସ୍ଥାନକୁ ଯାଉଥିଲେ । ଆଉ ଠିକ୍ ସେତିକି ବେଳେ ବେଗୁନିଆ ସରପଞ୍ଚ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଧରିଥିଲେ ।

ବାଣ ଓ ମଦ ନେଇ ସେମାନେ କୁଆଡେ ଯାଉଛନ୍ତି ବୋଲି ଲୋକେ ପଚାରିଥିଲେ । କିନ୍ତୁ ହୋମଗାର୍ଡ ପ୍ରକାଶ ମୁଦୁଲି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ସ୍ଥାନୀୟ ଲୋକଙ୍କୁ ହାତଯୋଡ଼ି ତାଙ୍କୁ ଛାଡ଼ି ଦେବାକୁ ନିବେଦନ କରିଥିଲେ ପ୍ରକାଶ ମୁଦୁଲି ।

ବେଗୁନିଆ ଥାନାର କନଷ୍ଟେବଳ ସିଦ୍ଧେଶ୍ୱର ମହାପାତ୍ର ଓ ହୋମଗାର୍ଡ ସରୋଜ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ପ୍ରକାଶ ମୁଦୁଲି କାରରେ ବାଣ ଓ ମଦ ନେଇ ଯାଉଥିଲେ ବୋଲି ଲୋକଙ୍କ ଆଗରେ କହିଥିଲେ। ଏହା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ମଦ ବିରୋଧୀ ଅପରେସନକୁ ନେଇ ଖୋର୍ଦ୍ଧା ବେଗୁନିଆ ପୋଲିସର ଡବଲ୍ ରୋଲ୍ ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+