Get Updates
Get notified of breaking news, exclusive insights, and must-see stories!

Khordha Assembly Election 2024 LIVE Updates: ଖୋର୍ଦ୍ଧା ଗଡରୁ କିଏ ଯିବ ବିଧାନସଭା ?

ଖୋର୍ଦ୍ଧାଗଡ଼ରୁ କିଏ ଯିବ ବିଧାନସଭା ? ଆଉ କିଛି ଘଣ୍ଟା ପରେ ଆସିଯିବ ଫଳାଫଳ । ଖୋର୍ଦ୍ଧାରୁ କିଏ ହେବ ବିଜୟ ? ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ, ରାଜେନ୍ଦ୍ର ସାହୁ ଓ ସୋନାଲି ସାହୁ ମଧ୍ୟରେ ଟକ୍କର ।

ଖୋର୍ଦ୍ଧା ଆସନରେ ରାଜେନ୍ଦ୍ରଙ୍କ ବିପକ୍ଷରେ ବାହୁବଳୀ ନେତା ଭାବେ ଜଣାଶୁଣା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିଛି ବିଜେପି । ପ୍ରଶାନ୍ତ ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ବେଗୁନିଆ ଏବଂ ୨୦୨୯ରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ । ହେଲେ ଦଳ ତାଙ୍କୁ ବହିଷ୍କୃତ କରିବା ପରେ ଚଳିତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଜଗଦ୍ଦେବ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜେପି ତାଙ୍କୁ ଖୋର୍ଦ୍ଧାରୁ ବିଧାୟକ ପ୍ରାର୍ଥୀ କରିଥିଲା ।

ସେପଟେ ଖୋର୍ଦ୍ଧା ଆସନ ପାଇଁ କଂଗ୍ରେସ ସୋନାଲି ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା । ସୋନାଲି ପୂର୍ବରୁ କେବେ ବିଧାୟକ ପଦବୀ ପାଇଁ ପ୍ରତିଦ୍ବନ୍ଦ୍ବତା କରିନାହାନ୍ତି । କିନ୍ତୁ ସେ କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରି ମୁଖପାତ୍ର ଥିଲେ । ପରେ ବିଜେପିରେ ଯୋଗ ଦେଇଥିଲେ । ହେଲେ ସେ ପୁନର୍ବାର କଂଗ୍ରେସକୁ ଫେରି ଖୋର୍ଦ୍ଧା ଟିକଟ ହାତେଇଛନ୍ତି । ତେଣୁ ପ୍ରତ୍ୟକ୍ଷ ରାଜନୀତିରେ ସେ ନବାଗତା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Khordha assembly election 2024 results

ରାଜେନ୍ଦ୍ର ୨୦୦୯ ରେ ଖୋର୍ଦ୍ଧାରୁ ସ୍ଵାଧୀନ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲେ । ୨୦୧୪ରେ ବିଜେଡି ଟିକଟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ପୁନର୍ବାର ବିଜୟୀ ହୋଇଥିଲେ । ପରେ ୨୦୧୯ରେ ତାଙ୍କୁ ବିଜେଡି ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ଟିକଟ ଦେଇଥିଲା ସେଠାରେ ମଧ୍ୟ ସେ ବିଜୟୀ ହୋଇଥିଲେ । ୨୦୦୯ରେ ପ୍ରଥମେ ବିଧାୟକ ହେବା ପୂର୍ବରୁ ସେ ଖୋର୍ଦ୍ଧା ନଗରପାଳ ଥିଲେ । ତେଣୁ ଖୋର୍ଦ୍ଧାରେ ତାଙ୍କର ସଙ୍ଗଠନ ସୁଦୃଢ଼ ରହିଛି । ସେହିପରି ପ୍ରଶାନ୍ତ ୨୦୧୪ ରେ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକଟରେ ବିଜୟୀ ହୋଇଥିଲେ । ୨୦୧୯ରେ ବିଜେଡି ତାଙ୍କୁ ଚିଲିକା ନିର୍ବାଚନମଣ୍ଡୀରେ ଟିକଟ ଦେଇଥିଲା । ସେଠାରେ ମଧ୍ୟ ସେ ବିଜୟୀ ହୋଇଥିଲେ । ଏବେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ତାଙ୍କୁ ଖୋର୍ଦ୍ଧା ଆସନ ଦେଇଛି । ତେଣୁ ଦୁଇ ଅଭିଜ୍ଞ ରାଜେନତାଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।

ସେହିଭଳି ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଟିକଟରୁ ଲଢ଼ିଥିବା କାଳୁ ଚରଣ ଖଣ୍ଡେଇତରାୟଙ୍କୁ ଦଳ ଟିକଟ ନଦେବାକୁ ସେ ଏବେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଗତ ନିର୍ବାଚନରେ କାଳୁ ୭୪ ହଜାର ୫୧୦ ଖଣ୍ଡ ଭୋଟ ପାଇଥିଲେ । ଏଥର ସେ ପୁଣିଥରେ ଟିକଟ ଆଶାୟୀ ଥିବାବେଳେ ବିଜେପି କିନ୍ତୁ ବିଜେଡିରୁ ବହିଷ୍କୃତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଭରସା କରିଥିଲା । ଏଥିରେ କ୍ଷୁବ୍ଧ ହୋଇ ସ୍ବାଧୀନ ଭାବେ ଲଢେଇ କରିବାକୁ ମଇଦାନକୁ ଓହ୍ଲାଇଥିଲେ ।

Jun 04, 2024, 4:29 pm IST

ଖୋର୍ଦ୍ଧାରୁ ଜିତିଲେ ପ୍ରଶାନ୍ତ ଜଗଦେବ

ଖୋର୍ଦ୍ଧାରୁ ଜିତିଲେ ପ୍ରଶାନ୍ତ ଜଗଦେବ
Jun 04, 2024, 10:01 am IST

ଖୋର୍ଦ୍ଧାରୁ କିଏ ହେବ ବିଜୟ ?

ଖୋର୍ଦ୍ଧାରୁ କିଏ ହେବ ବିଜୟ ? ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ, ରାଜେନ୍ଦ୍ର ସାହୁ ଓ ସୋନାଲି ସାହୁ ମଧ୍ୟରେ ଟକ୍କର ।
Jun 04, 2024, 8:46 am IST

ଖୋର୍ଦ୍ଧାରେ କଡା ଟକ୍କର

ପ୍ରଶାନ୍ତ ଜଗଦେବ ଓ ରାଜେନ୍ଦ୍ର ସାହୁଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମଳିପାରେ । ସ୍ବାଧୀନ ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ ନିର୍ଣ୍ଣାୟକ ହୋଇପାରନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+