ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର
ଭୁବନେଶ୍ୱର : ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି । ତେବେ ଜିତୁ ଭାଜପାରେ ମିଶୁମିଶୁ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ ଶୋ'ରେ ସେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, ଜିତୁ ମିତ୍ର ଖୋର୍ଦ୍ଧାରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏଥିର ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଚାହିଁଥିଲେ । କିନ୍ତୁ ଏଥର ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କୁ ବିଜେଡି ଟିକେଟ୍ ଦେଇନାହିଁ । ତେଣୁ ସେ ମନସ୍ତାପରେ ଥିଲେ ବୋଲି କୁହାଯାଉଥିଲା । ତେବେ ଆଜି ତୃତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନ ଏବଂ ଶେଷ ମୁହୂର୍ତ୍ତରେ ଜିତୁ ମିତ୍ର ହଠାତ୍ ବିଜେପି ରାଲିରେ ଆବିର୍ଭାବ ହେବା ପରେ ଖୋର୍ଧା ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି ହେବ ବୋଲି କୁହାଯାଉଛି ।












Click it and Unblock the Notifications