ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; କୋମନା, ଖରିଆର ରୋଡ୍‌ ଓ ସିନାପାଲିକୁ NAC ଘୋଷଣା

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କୋମନାକୁ ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଖରିଆର ରୋଡ୍‌ NACକୁ ମ୍ୟୁନିସିପାଲିଟି ଘୋଷଣା।ସିନାପାଲିକୁ ମଧ୍ୟ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

Odisha CM announces

ଉପ-ନିର୍ବାଚନ ପୂର୍ବରୁ ନୂଆପଡ଼ାକୁ ବଡ଼ ଭେଟି । ନୂଆପଡ଼ା ଗସ୍ତରେ ଯାଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଖରିଆର ରୋଡ୍‌କୁ ମ୍ୟୁନିସିପାଲିଟି ଘୋଷଣା କରିବା ସହ ସିନାପାଲି ଓ କୋମନକୁ ଏନ୍‌ଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୧୦୦ କୋଟିର ୯୫୭ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କରିଛନ୍ତି । ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ନୂଆପଡ଼ାବାସୀଙ୍କୁ ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲା ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ସହ ଶୁଭ ଉଦ୍‌ଘାଟନ ହୋଇଛି । ନୂଆପଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ତଥା ଶିଳାନ୍ୟାସ କରିଛନ୍ତି ।

ବିହାର ବିଧାନସଭା ନିର୍ବାଚନ ସହ ନୂଆପଡ଼ା ଉପନିର୍ବାଚନ ହେବା ନେଇ ପୂର୍ବରୁ ସୂଚନା ଦେଇ ସାରିଛନ୍ତି ଜାତୀୟ ନିର୍ବାଚନ କମିସନ । ତେବେ ନିର୍ବାଚନ ତାରିଖ ଏଯାଏଁ ଘୋଷଣା କରାଯାଇନି । ଅକ୍ଟୋବର ୬ ତାରିଖ ବିହାର ନିର୍ବାଚନ ତାରିଖ ସହ ନୂଆପଡ଼ା ଉପନିର୍ବାଚନ ବିଗୁଲ ବାଜିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+