ଖରସ୍ରୋତା ମେଗା ଜଳ ପ୍ରକଳ୍ପକୁ ବିରୋଧ ଘଟଣା, ୨୫ଜଣଙ୍କୁ ଉଠାଇନେଲା ପୋଲିସ
କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ଖରସ୍ରୋତା ମେଗା ଜଳ ପ୍ରକଳ୍ପକୁ ବିରୋଧ କରି ଗତକାଲି ସ୍ଥାନୀୟ ଲୋକେ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ରାତି ଅଧିଆ ୨୫ଜଣଙ୍କୁ ଉଠାଇ ନେଇଛି ପୋଲିସ ।
କେନ୍ଦ୍ରାପଡ଼ା: ଜିଲ୍ଲାରେ ଆରମ୍ଭ ହୋଇଥିବା ଖରସ୍ରୋତା ମେଗା ଜଳ ପ୍ରକଳ୍ପକୁ ବିରୋଧ କରି ଗତକାଲି ସ୍ଥାନୀୟ ଲୋକେ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ରାତି ଅଧିଆ ୨୫ଜଣଙ୍କୁ ଉଠାଇ ନେଇଛି ପୋଲିସ । ଯେଉଁମାନେ ଆନ୍ଦୋଳନ ସ୍ଥଳକୁ ଯାଇ ନ ଥିଲେ ସେମାନଙ୍କୁ ଉଠାଇ ନେଇଛି ପୋଲିସ୍ । ପୋଲିସ୍ ଏପରି ଜୁଲମ ବନ୍ଦ ନ କଲେ ନୂଆ ପ୍ରକାରର ଆନ୍ଦୋଳନ ହେବ ବୋଲି ଖରସ୍ରୋତା ବଞ୍ଚାଓ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

କେନ୍ଦ୍ରାପଡାରୁ ଭଦ୍ରକକୁ ପାଣିଦେବାକୁ ବିରୋଧ କରି ପ୍ରକଳ୍ପ ଅଂଚଳରେ ଗତକାଲି ଲଙ୍କାକାଣ୍ଡ ହୋଇଥିଲା । ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପ୍ରକଳ୍ପ କାମ ଚାଲିଥିବା ସ୍ଥାନରେ ବ୍ୟାପକ ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ । ବ୍ୟାରିକେଡ ଭାଙ୍ଗି ଆନ୍ଦୋଳନକାରୀମାନେ ପ୍ରକଳ୍ପ ସ୍ଥାନରେ ପଂହଚି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଆନ୍ଦୋଳନକାରୀମାନେ ପାଣି ଟ୍ୟାଙ୍କର, କଂଟେନର ଓ ପ୍ରକଳ୍ପ ସ୍ଥାନରେ ଥିବା ଯନ୍ତ୍ରାଂଶକୁ ବି ଭାଙ୍ଗିଦେଇଥିଲେ । ପ୍ରକଳ୍ପ ଅଂଚଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି ।
ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ପାଇଁ ହେଉଥିବା ମେଗା ଜଳ ପ୍ରକଳ୍ପକୁ ଜୋରଦାର ବିରୋଧ । ପ୍ରଶାସନ ପକ୍ଷରୁ ଧାରା ୧୪୪ ଲାଗିଥିଲେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ । ମେଗା ଜଳ ପ୍ରକଳ୍ପର କାମକୁ ବିରୋଧ କରି କଟକ-ଚାନ୍ଦବାଲି ରାସ୍ତାକୁ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ଖରସ୍ରୋତା ସଂଗ୍ରାମ ସମିତି ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications