ବାଲେଶ୍ଵର ଲୋକସଭା ଆସନରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢିବାକୁ ଘୋଷଣା କଲେ ଖାରବେଳ

ଶେଷରେ ନିରାଶ ହେବା ପରେ ବଡ ଘୋଷଣା କଲେ ଖାରବେଳ ସ୍ବାଇଁ। ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ। ବାଲେଶ୍ୱରରୁ ବିଜେପି ଟିକେଟ୍‌ ପାଇଁ ଖାରବେଳ ଆଶାୟୀ ଥିଲେ। ହେଲେ ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ଦଳ ପ୍ରାର୍ଥୀ କରିଛି। ଯାହାକୁ ନେଇ ସେ ଅସନ୍ତୋଷ ଥିଲେ।

KHARABEL SWAI

ଏ ନେଇ ଖାରବେଳ ପୂର୍ବରୁ ମଧ୍ୟ ଏକ ଖବରଦାତା ସମ୍ମିଳନୀରେ କହିଥିଲେ, ସ୍ବାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବେ ଏବଂ ନିର୍ବାଚନରେ ବିଜୟୀ ହେଲେ ବିଜେପିରେ ଯୋଗଦେବେ।

ସୂଚନାଯୋଗ୍ୟ ଯେ, ବିଜେପି ତାହାର ସମସ୍ତ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । କନ୍ଧମାଳରୁ ଗତ ଥର ସାଂସଦ ପ୍ରାର୍ଥୀ ହେଇଥିବା ଖାରବେଳ ସ୍ବାଇଁ ଏଥର ବାଲେଶ୍ବର ଟିକେଟ୍ ପାଇଁ ଆଶାୟୀ ଥିଲେ । ବାଲେଶ୍ବରରେ ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ନିରାଶ ହେବାକୁ ପଡିଛି । ଗତଥର କନ୍ଧମାଳରୁ ସାଂସଦ ଭାବେ ନିର୍ବାଚନ ଲଢିଥିବାରୁ ଏଥର ଆଉ କନ୍ଧମାଳରୁ ଲଢିବେନି ବୋଲି କହିସାରିଥିଲେ । ବିଜେପି ବାଲେଶ୍ବରରୁ ପ୍ରତାପ ଷଡଙ୍ଗୀଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଫଳରେ ଖାରବେଳ ସ୍ବାଇଁଙ୍କୁ ନିରାଶ ହେବାକୁ ପଡିଛି । ଯାହା ଫଳରେ ସେ ଆଗରୁ ସାମ୍ବାଦିକ ସମ୍ମିଳନୀ କରି ନିଜର ଅସନ୍ତୋଷ ବଖାଣି ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+