Get Updates
Get notified of breaking news, exclusive insights, and must-see stories!

ଆଜି ସରୁଛି ଖଣ୍ଡଗିରି ମେଳା

ଆଜି ଶେଷ ହେଉଛି ଓଡିଶା ପ୍ରସିଦ୍ଧ ଖଣ୍ଡଗିରି ମେଳା । ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ଖଣ୍ଡଗିରି କୁମ୍ଭମେଳା ଅଗ୍ନିଜଳା ପୂର୍ଣ୍ଣମୀରେ ଶେଷ ହେବ ।

ଭୁବନେଶ୍ୱର: ଆଜି ଶେଷ ହେଉଛି ଓଡିଶା ପ୍ରସିଦ୍ଧ ଖଣ୍ଡଗିରି ମେଳା । ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ଖଣ୍ଡଗିରି କୁମ୍ଭମେଳା ଅଗ୍ନିଜଳା ପୂର୍ଣ୍ଣମୀରେ ଶେଷ ହେବ । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା' ବାରଭୂଜାଙ୍କ ନିକଟରେ ଲାଗିଥିବା ଅଖଣ୍ଡ ଦୀପ ୯ଟାରେ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯିବା ସହ ମେଳା ଶେଷ ହେବ ।

ଦେଶର କୋଣ ଅନୁକୋଣରୁ ସାଧୁସନ୍ଥମାନେ ଆସି ମେଳାରେ ଚଳାଇଥିବା ଯଜ୍ଞରେ ପୂର୍ଣ୍ଣାହୂତି ଦେବେ । ଗୁମ୍ଫା ସଲଗ୍ନ ଶ୍ରୀ ଶ୍ରୀ ହନୁମାନଜୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ଦିନ ବ୍ୟାପୀ ଚାଲିଥିବା ଶ୍ରୀରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଆଦିର ମଧ୍ୟ ସମାପନ ହେବ । ପରଦିନ ସାଧୁସନ୍ଥମାନେ ବାହୁଡ଼ିଯିବେ ।

Khandagiri Mela

ତେବେ ମେଳା ଆଜି ବିଦ୍ଧିବଦ୍ଧ ଭାବେ ଶେଷ ହେଉଥିଲେ ମଧ୍ୟ ମିନିବଜାର ଓ ଯାତ୍ରା ଫାଇଟ୍ ଆଉ କିଛି ଦିନ ଜାରି ରହିବ । ରାଜ୍ୟର କୋଣ ଅନୁକୋଣରୁ ପ୍ରତ୍ୟେହ ଏହି ମେଳାରେ ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି । ଦିନରେ ମେଳା ବୁଲିବା ସାଙ୍ଗକୁ ରାତିରେ ଯାତ୍ରା ଦେଖିବାର ମଜା ଦେଉଛନ୍ତି ଦର୍ଶକ ।

ଅପେରା ଫାଇଟରେ ନିଦ ହଜାଉଛି ନୂଆ ନାଟକ

ଅପେରା ଲଢ଼େଇରେ ଯାତ୍ରାପ୍ରେମୀଙ୍କ ନିଦ ହଜାଉଛି ନୂଆ ନାଟକ । ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ମହାସଂଗ୍ରାମରେ ନୂଆ ପାର୍ଟିମାନଙ୍କ ନୂଆ ନାଟକ ଆଡ଼କୁ ମୁହାଁଇଛନ୍ତି ଦର୍ଶକ। ଖଣ୍ଡଗିରି ବସ୍‌ ଟର୍ମିନାଲ୍‌ ନିକଟ ବରମୁଣ୍ଡା ବାବା ନୀଳକଣ୍ଠେଶ୍ବର ପେଣ୍ଡାଲରେ ଅପେରା ସ୍ବର୍ଣ୍ଣମନ୍ଦିରର ନୂଆ ନାଟକ 'ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା' ପ୍ରଥମ ରାତିରେ ଦର୍ଶକଙ୍କୁ ରୋମାଞ୍ଚିତ କରିଛି । ଆଜି ପ୍ରଥମ ରଜନୀରେ ରାଣୀଙ୍କୁ ଦେଖିବା ପାଇଁ ପୂରା ସୋ' ହାଉସଫୁଲ୍‌ ରହିଥିଲା।

ଶିବାନୀ ସୁପରହିଟ୍‌

କିଛି ଦିନ ହେବ ଖଣ୍ଡଗିରି ପଡିଆକୁ ଘାଣ୍ଟୁଛି ଶିବାନୀ ଗଣନାଟ୍ୟର ସୁପରହିଟ୍‌ ବହି ଆଖି ତୋର, ଲୁହ ମୋର ଅପେରା । ଗୋଟିଏ କି ଦୁଇ ରାତି ନୁହେଁ ବରଂ ଲଗାତାର ୫ ରାତି ଏଇ ଗୋଟିଏ ବହିକୁ ମଞ୍ଚସ୍ଥ କରୁଛି ଶିବାନୀ ଗଣନାଟ୍ୟ । ଭାଇ-ଭଉଣୀର ସମ୍ପର୍କକୁ ନେଇ ପ୍ରସ୍ତୁତ କାହାଣୀରେ ଯେତିକି ଡ୍ରାମା ରହିଛି, ସେତିକି ସସପେନ୍ସ ବି ରହିଛି । କାରଣ ନାଟକର ମୁଖ୍ୟ ନାୟକର ଏଣ୍ଟ୍ରି ହେଉଛି ଖଳନାୟକ ଭାବରେ। କଳାକାର ଏମିତି ଡାଇଲଗ୍‌ ଦେଉଛନ୍ତି ଯେ ନାଟକ ଦେଖି କାନ୍ଦୁଛନ୍ତି ଦର୍ଶକ ।

Khandagiri Mela

ଆଜି ଖେଳିବ କୋଣାର୍କ

ଆଜି କୋଣାର୍କ ଗଣନାଟ୍ୟ ନାଟକ ମଞ୍ଚସ୍ଥ କରିବ । ପ୍ରଥମ ରାତିରୁ ଏହି ପାର୍ଟି ମଞ୍ଚସ୍ଥ କରିବ ନାଟକ ହସକାନ୍ଦଭରା ପାରିବାରିକ ତଥା ପ୍ରେମ କାହାଣୀ ଆଧାରିତ ନାଟକ 'ତୋ ବିନା ମୁଁ ଅଧା ଅଧା'। ଜଲିଉଡ୍ ଜଗତର ଜଣାଶୁଣା ଚର୍ଚ୍ଚିତ ଖଳନାୟକ ଦୈତ୍ୟାରି ପଣ୍ଡା ଆଜି ଷ୍ଟେଜ୍ କୁ ଓହ୍ଲାଇବେ । ତାଙ୍କୁ ଦେଖିବାକୁ ଦର୍ଶକମାନଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ସୃଷ୍ଟି ହୋଇଥିବା ଆଲୋଚନା ହେଉଛି ।

ସେହିପରି କୋଣାର୍କ ଗଣନାଟ୍ୟର ଅନୁସନ୍ଧାନ ନାଟକ 'କନିଆ କାନ୍ଦୁଛି କୋଣାର୍କରେ' ଏବର୍ଷ ବେଶି ପ୍ରଶଂସା ସାଉଁଟିବ ବୋଲି କୁହାଯାଉଛି । କାରଣ ଏହି ନାଟକରେ ଖଳନାୟକ ଦୈତ୍ୟାରି ପଣ୍ଡାଙ୍କ ଦମ୍‌ଦାର ସଂଳାପ ରହିଛି । 'କାନ୍ଦିବେ, ଏଠି ସବୁ କନିଆ କାନ୍ଦିବେ, କାରଣ ଏଠି ଚନ୍ଦ୍ରଭାଗା କାନ୍ଦିଛି। କୋଣାର୍କର ଝାଉଁବଣରେ ଆଜି ବି ଘୂରି ବୁଲୁଛି ଚନ୍ଦ୍ରଭାଗାର ଅତୃପ୍ତ ଆତ୍ମା।' ଦୈତ୍ୟାରିଙ୍କ ଏହି ସଂଳାପକୁ ନେଇ ଏବେଠୁ ଖଣ୍ଡଗିରି ଯାତ୍ର‌ା ପ୍ରେମୀମାନେ ଚର୍ଚ୍ଚା ଆରମ୍ଭ କରି ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+