ଆଜିଠୁ ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭ ମେଳା, ସାରା ଦେଶରୁ ଆସିବେ ସାଧୁ ସନ୍ଥ
ଆରମ୍ଭ ହେଲା ଐତିହାସିକ ଖଣ୍ଡଗିରି ମାଘମେଳା । ଖଣ୍ଡଗିରି ପାଦଦେଶରେ ଆଜିଠାରୁ ଗୁଞ୍ଜରିତ ହେବ ବେଦଧ୍ୱନି ଓ ମନ୍ତ୍ରୋଚ୍ଚାରଣର ଆଧ୍ୟାତ୍ମିକ ପରିବେଶ । ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ଆଜି ଆରମ୍ଭ ହୋଇଛି, ଯାହା ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ । ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ସମାଗମରେ ପାହାଡ଼ର ପାଦଦେଶରୁ ବାରଭୂଜା ଯାଏଁ ମେଳି ଲାଗିଛି । ସାଧୁସନ୍ଥମାନେ ଯଜ୍ଞ ବେଦୀରେ କର୍ମ ଆରମ୍ଭ କରିସାରିଛନ୍ତି । ପଞ୍ଚଦେବତାଙ୍କ ଉଦ୍ଦେଶ୍ୟରେ ପଞ୍ଚଯଜ୍ଞ କୁଣ୍ଡର ପୂଜା ସମ୍ପନ୍ନ ହୋଇଛି ।













Click it and Unblock the Notifications