ରାଗିଂ ପାଇଁ ସସପେଣ୍ତ ହେଲେ ୭ ଛାତ୍ର

ରାଗିଂ ପାଇଁ ସସପେଣ୍ତ ହେଲେ ୭ ଛାତ୍ର

ଖଲ୍ଲିକୋଟ: ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚବିଦ୍ୟାଳୟରେ ରାଗିଂ । ରାଗିଂ ଅଭିଯୋଗ ପରେ ୭ଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ସସପେଣ୍ତ କରାଯାଇଛି । ଆଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ଆଧାରରେ, ସ୍କୁଲର ଅଧ୍ୟକ୍ଷ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି ।

ODISHA

ସୂଚନା ଅନୁସାରେ, ଚଳିତ ବର୍ଷ ନଭେମ୍ବର ୧୯ ତାରିଖରେ କିଛି ଛାତ୍ରୀ ସେମାନଙ୍କୁ ସ୍କୁଲରେ ରାଗଂ କରାଯାଇଥିବା ନେଇ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । କିଛି ସିନିୟର ଛାତ୍ରମାନେ ଶ୍ରେଣୀ ଗୃହରେ ବାଣ ଫୁଟାଇ ଭୟଭିତ କରାଇବା ସହ ରାଗିଂ କରିଥିବା ନେଇ ସେମାନେ ଅଭିଯୋଗ କରିଥିଲେ । ଯାହା ପରେ ଏହ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ୭ ଛାତ୍ରଙ୍କୁ ସସପେଣ୍ତ କରାଯାଇଛି । ଯଦି ବହିଷ୍କାର କରାଯାଇଥିବା ଛାତ୍ର କ୍ୟାମ୍ପସରେ ଭିତରେ ନଜର ଆସନ୍ତି ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ କକରାଯାଇଛି । ତେବେ ରାଗିଂ କରିଥିବା ଛାତ୍ରମାନେ ଯଦି ଫର୍ମ ଫିଲ୍ ଅପ କରିଛନ୍ତି ତେବେ ସେମାନେ ପରୀକ୍ଷା ଦେଇ ପାରିବେ ବୋଲି ବିବ୍ୟାଳୟ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+