ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ହେବନି ବିକ୍ରି :ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଏଣିକି ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ମିଳିବନି ଖଜା। ବ୍ୟବସାୟୀମାନେ ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି କରିପାରିବେ ନାହିଁ। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ଖଜା ବିକିଲେ ହେବ କାର୍ଯ୍ୟାନୁଷ୍ଠାନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।ସେ କହିଛନ୍ତି ଯେ, ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ମହାପ୍ରସାଦ ନାମରେ ଖଜା ବିକ୍ରି କରୁଛନ୍ତି।

ମହାପ୍ରଭୁଙ୍କ ପ୍ରତି ଭକ୍ତଙ୍କର ଭକ୍ତି ସଂପୂର୍ଣ୍ଣ ନିଆରା। ଶ୍ରୀକ୍ଷେତ୍ରକୁ ଆସୁଥିବା ପ୍ରତ୍ୟେକ ଭକ୍ତ ନିଜକୁ ମହାପ୍ରଭୁଙ୍କୁ ସମର୍ପି ଦେଇଥାନ୍ତି। ତେଣୁ ପୁରୀର ପ୍ରତ୍ୟେକ ଜିନିଷକୁ ଅତି ଆପଣାର କରିଥାନ୍ତି। ତେବେ ଏହାର ସୁଯୋଗ ନେଇ ଅସାଧୁମାନେ ଲାଭବାନ ମଧ୍ୟ ହୋଇଥାନ୍ତି। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଗୋଟିଏ ପରେ ଗୋଟିଏ ସଂସ୍କାର ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି।

shreemandir
ସାମାଜିକ କଣମାଧ୍ୟମ 'ଏକ୍ସ'ରେ ଶ୍ରୀ ପାଢ଼ୀ ଲେଖିଛନ୍ତି ମହାପ୍ରଭୁଙ୍କୁ ଲାଗିପରେ ଶ୍ରୀମନ୍ଦିର ଆନନ୍ଦବଜାରରେ ଖଜା ମହାପ୍ରସାଦ ବିକ୍ରି ହୋଇଥାଏ। କିନ୍ତୁ ଶ୍ରୀମନ୍ଦିର ବାହାରେ, ଏପରିକି ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ମହାପ୍ରସାଦ ନାମରେ ଖଜା ବିକ୍ରି କରୁଥିବା ଦୃଷ୍ଟିଗୋଚର ହୋଇଛି, ଯାହାକି ସମ୍ପୂର୍ଣ୍ଣ ରୂପେ ଭୁଲ୍। ତେଣୁ ଏଥିରୁ ବିରତ ରହିବା ସହ ଭକ୍ତଙ୍କୁ ବିଭ୍ରାନ୍ତ ନ କରିବାକୁ ସମସ୍ତ ଖଜା ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଉଅଛି। ଶ୍ରୀକ୍ଷେତ୍ରକୁ ଆସୁଥିବା ଅଗଣିତ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେବା ଆମ ସମସ୍ତଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ। ଏଥିରେ ବ୍ୟତିକ୍ରମକୁ କଦାପି ବରଦାସ୍ତ କରାଯିବ ନାହିଁ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+