KGରୁ PG ସାନ୍ତାଳୀ ଭାଷାରେ ଶିକ୍ଷାଦାନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମାତୃଭାଷାରେ ପାଠପଢ଼ା । ତେବେ ନିଜ ମାତୃଭାଷାରେ ପାଠପଢ଼ା ଆରମ୍ଭ କରିବା ଭିନ୍ନ ଏବଂ ନିଆରା । ସାନ୍ତାଳୀ ସଂପ୍ରଦାୟ ପାଇଁ ଏଭଳି ସୁଯୋଗ ଆସିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଆଉ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ କେନ୍ଦୁଝର ଗସ୍ତରେ ଆସି ସାନ୍ତାଳୀ ସଂପ୍ରଦାୟ ପାଇଁ ନୂଆ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

KGରୁ PG ସାନ୍ତାଳୀ ଭାଷାରେ ଶିକ୍ଷାଦାନ:

କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି । ସେଥିରୁ ଅନ୍ୟତମ ପ୍ରମୁଖ ଜନଜାତି ହେଉଛି 'ସାନ୍ତାଳୀ ସଂପ୍ରଦାୟ' । ସାନ୍ତାଳୀ ସେମାନଙ୍କ ମାତୃଭାଷା ହୋଇଥିବା ବେଳେ, ନିଜ ଭାଷାରେ ପାଠପଢ଼ାର କୌଣସି ବ୍ୟବସ୍ଥା ନାହିଁ । ସେମାନେ ସାଧାରଣତଃ ଓଡ଼ିଆ, ଇଂରାଜୀ କିମ୍ବା ହିନ୍ଦୀ ଭାଷାରେ ପାଟ ପଢ଼ିଥାନ୍ତି । ତେବେ ଆଗକୁ ସାନ୍ତାଳୀ ପିଲାମାନେ ନିଜ ମାତୃଭାଷାରେ ପାଠ ପଢ଼ି ପାରିବ । ଶିକ୍ଷାଦାନ ଆରମ୍ଭ ଅର୍ଥାତ KG ରୁ ସାନ୍ତାଳୀ ଭାଷାରେ ପାଠପଢ଼ା ଆରମ୍ଭ କରିପାରିବେ ଏବଂ PG ବା ସ୍ନାତକୋତ୍ତର ପାଠ୍ୟକ୍ରମ ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ଗ୍ରହଣ କରି ପାରିବେ । କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ଘୋଷଣା ପରେ ସାନ୍ତାଳୀ ସମୁଦାୟରେ ଖୁସିର ଲହରି ।

Chief Minister Mohan Majhi

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସାନ୍ତାଳୀ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ସାନ୍ତାଳୀ ଭାଷା ଜନତା, ଲେଖକ ଓ ଭାଷାବିତ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା । ସେ କହିଛନ୍ତି, '' ଏହା କାର୍ଯ୍ୟକାରୀ ହେଲେ ଡ୍ରପ ଆଉଟ ସଂଖ୍ୟା କମିବ । ଏହା ସହ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବ । ସରକାରଙ୍କ ପକ୍ଷରୁ ନୂତନ କମିଟି ଗଠନ କରି ଏହାର ବିକାଶ ପାଇଁ ତତ୍ପରତା ପ୍ରକାଶ କରିବା ଆବଶ୍ୟକ । ''

ବିଭିନ୍ନ ଭାଷାରେ ଲିଖିତ ପ୍ରସିଦ୍ଧ ପୁସ୍ତକକୁ ସାନ୍ତାଳୀରେ ଓ ସାନ୍ତାଳୀ ଭାଷାରେ ଲିଖିତ ବିଭିନ୍ନ ଶିକ୍ଷଣୀୟ ପୁସ୍ତକକୁ କିପରି ଅନ୍ୟ ଭାଷାକୁ ଅନୁବାଦ କରାଯାଇ ପାରିବ, ସେଥି ନିମନ୍ତେ ଉଦ୍ୟମ କରିବାକୁ ଲେଖକମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+