କେରଳ ଭୂସ୍ଖଳନ: ନବୀନଙ୍କ ଉଦାହରଣ ଦେଲେ ଶାହା, କହିଲେ ...

ନୂଆଦିଲ୍ଲୀ: କେରଳର ୱାୟନାଡ଼ରେ ଗତକାଲି ବଡ଼ଧରଣର ଭୂସ୍ଖଳନ ହୋଇଛି । ବଡ଼ି ଭୋରରେ ମାତ୍ର ୪ ଘଣ୍ଟା ବ୍ୟବଧାନରେ ଘଟିଥିବା କ୍ରମାଗତ ତିନିଟି ଭୂସ୍ଖଳନରେ ୫ଟି ଗାଁ ସଂପୂର୍ଣ୍ଣ ଧୋଇ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମାଟି ଭିତରୁ୨୦୦ ଜଣଙ୍କ ମୃତ ହୋଇଥବବା ଖବର ମିଳିଛି । ଏହାସହିତ ୧୮୭ ଜଣରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି ।

ତେବେ ଆହୁରି ୧୦୦ରୁ ରୁ ଅଧିକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି । ଭୂସ୍ଖଳନ ଘଟଣା ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୁଧବାର ରାଜ୍ୟ ସଭାରେ ଜବାବ ରଖିଛନ୍ତି । ସେ କହିଛନ୍ତି, ଏଭଳି ବିପର୍ଯ୍ୟୟର ସମ୍ଭାବନା ସମ୍ପର୍କରେ କେରଳ ସରକାରଙ୍କୁ ପୂର୍ବରୁ ଚେତାବନୀ ଦିଆଯାଇଛି । ସାଧାରଣତଃ ଅନେକ ରାଜ୍ୟ ଏଭଳି ଚେତାବନୀ ପ୍ରତି ଧ୍ୟାନ ଦିଅନ୍ତି, କିନ୍ତୁ କେରଳ ସରକାର ଏହାକୁ ଅଣଦେଖା କରିଛନ୍ତି । ଏହାସହ ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାହରଣ ଦେଇଛନ୍ତି ।

Amit Shah amp amp naveen pattnaik

ସେ ଆହୁରି ମଧ୍ୟ କହିଛନ୍ତି, ଅନେକ ରାଜ୍ୟର ସରକାର ଅଛନ୍ତି,ଯେଉଁମାନେ ଏହି ପ୍ରକାର ଚେତାବନୀ ବ୍ୟବହାର କରି ଜିରୋ କାଜୁଆଲିଟି ବିପର୍ଯ୍ୟୟ ପରିଚାଳନା କରିଛନ୍ତି । ଯେତେବେଳେ ନବୀନ ପଟ୍ଟନାୟକ ଓଡିଶାରେ କ୍ଷମତାରେ ଥିଲେ, ଆମେ ୭ ଦିନ ପୂର୍ବରୁ ଏକ ସାଇକ୍ଲୋନ ଆଲର୍ଟ ପଠାଇଥିଲୁ, କେବଳ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ । ଆମେ ୩ ଦିନ ପୂର୍ବରୁ ଗୁଜରାଟ ସରକାରଙ୍କୁ ସାଇକ୍ଲୋନ ଆଲର୍ଟ ପଠାଇଥିଲୁ, ଜଣେ ବି ଲୋକଙ୍କ ମୃତ୍ୟୁ ଘଟି ନ ଥିଲା । କିନ୍ତୁ କେରଳ ସରକାର ସପ୍ତାହେ ଆଗରୁ ସମ୍ଭାବ୍ୟ ଭୂସ୍ଖଳନ ବିଷୟରେ ଜାଣି ବି ଚୁପ ରହିଥିଲେ ବୋଲି ଶାହ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+