Get Updates
Get notified of breaking news, exclusive insights, and must-see stories!

ନବୀନଙ୍କୁ କେରଳ ମୁଖ୍ୟମନ୍ତ୍ରୀଙ୍କ ଚିଠି: କେନ୍ଦ୍ର ଟିକା ନୀତି କୋହଳ କରିବା ନେଇ ନବୀନଙ୍କ ଦାବିକୁ କଲେ ସମର୍ଥନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟନଙ୍କ ଚିଠିର ଉତ୍ତର ରଖିଥିବାରୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହାସହ ନବୀନ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଟିକା ନେଇ ଚିଠି ଓ ଦେଇଥିବା ପ୍ରସ୍ତାବକୁ ମଧ୍ୟ ପ୍ରଶଂସା କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟନଙ୍କ ଚିଠିର ଉତ୍ତର ରଖିଥିବାରୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହାସହ ନବୀନ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଟିକା ନେଇ ଚିଠି ଓ ଦେଇଥିବା ପ୍ରସ୍ତାବକୁ ମଧ୍ୟ ପ୍ରଶଂସା କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ।

Chief Minister

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟକୁ ଚିଠି ଲେଖିଥିଲେ । ଚିଠିରେ ଉଲ୍ଲେଖ କରିଥିଲେ ଯେ, ଏବେ ଲୋକଙ୍କୁ ସୁରକ୍ଷା ଦେବାର ଏକ ମାତ୍ର ମାଧ୍ୟମ ହେଉଛି ଟିକା। ଯୁଦ୍ଧାକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ରହି ପାରିବ ନାହିଁ। ଟିକା ଅଭାବ ଦୂର କରିବା ପାଇଁ କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଭ୍ୟାକ୍ସିନ ପାଇଁ ଟେଣ୍ଡର ଡାକିଛନ୍ତି। କିନ୍ତୁ ଏଥିରେ ରାଜ୍ୟମାନଙ୍କୁ ବିଶେଷ ସଫଳତା ମିଳିନାହିଁ। ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ କ୍ଲିୟରାନ୍ସ ଚାହୁଁଛନ୍ତି। ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିବାକୁ ଚାହୁଁ ନାହାନ୍ତି। ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟଗୁଡିକୁ ବାଣ୍ଟୁ।

ସେହିପରି ନବୀନ ଆହୁରି ମଧ୍ୟ କହିଥିଲେ ଯେ, ସମସ୍ତଙ୍କ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ। ଏହି ବାବଦରେ କେନ୍ଦ୍ରକୁ ଚିଠି ଲେଖିଛି ଅନ୍ୟ ରାଜ୍ୟମାନେ ବି ଆଗେଇ ଅସିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ସଂପର୍କରେ ଏକ ସହମତି ସୃଷ୍ଟି ହେଉ, ଲୋକମାନଙ୍କୁ ଟିକା ମିଳୁ। ତୃତୀୟ ଲହର ଆସିବା ପୂର୍ବରୁ ଆମେ ସମସ୍ତେ ତତ୍ପର ଏବଂ ପ୍ରସ୍ତୁତ ହେବା ଉଚିତ୍। ସ୍ଵାଧୀନତା ସଂଗ୍ରାମ ପରେ ବୋଧହୁଏ ଏହା ସବୁଠୁ ବଡ ଚ୍ୟାଲେଞ୍ଜ। ସବୁ ବିବାଦ ଛାଡି ଲୋକଙ୍କ ଜୀବନ ବଞ୍ଚାଇବାକୁ ଏକାଠି ହେବାକୁ ସମସ୍ତଙ୍କୁ ନବୀନ ଆହ୍ୱାନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+