ଆସିଲା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ବିଷକ୍ରିୟାରୁ ମୃତ୍ୟୁ ଘଟିଛି । ବ୍ୟବଚ୍ଛେଦ ରିପୋର୍ଟରେ ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଏନେଇ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଜବତ ହୋଇଥିବା ବିଷ ବୋତଲ ଫରେନସିକ୍‌ ଲ୍ୟାବକ

କେନ୍ଦୁଝର: ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ବିଷକ୍ରିୟାରୁ ମୃତ୍ୟୁ ଘଟିଛି । ବ୍ୟବଚ୍ଛେଦ ରିପୋର୍ଟରେ ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଏନେଇ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଜବତ ହୋଇଥିବା ବିଷ ବୋତଲ ଫରେନସିକ୍‌ ଲ୍ୟାବକୁ ପଠାଯିବ ।

Keonjhar Lady Doctor Death Case

ସେପଟେ ତାଙ୍କ ରୁମ୍‌ରୁ ଏକ ଶିଶିରେ କିଛି ଗୁଣ୍ଡ ଔଷଧ ମିଳିଥିବା ବେଳେ ଶୁଭଶ୍ରୀଙ୍କ ମୋବାଇଲ୍ କଲ୍ ରେକର୍ଡ ଯାଞ୍ଚ କରାଯାଉଛି । ସେହି ପରି ମୃତଦେହ ନିକଟର ଏକ ବିଷ ବୋତଲ ଜବତ ହୋଇଥିଲା । ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ଉକ୍ତ ବୋତଲର ବିଷ ଯୋଗୁ ହୋଇଛି ନା ଅନ୍ୟ କିଛି ବିଷକ୍ରିୟା ହୋଇଛି ତାହା ସ୍ପଷ୍ଟ କରିବା ନିମନ୍ତେ ଉକ୍ତ ବୋତଲକୁ ଭୁବନେଶ୍ୱର ପଠାଯାଇଛି।

ଉଲ୍ଲେଖଥାଉ କି, ଗତ ୩୧ ତାରିଖ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା ।

ଅନ୍ୟପଟେ ଏସବୁ ଭିତରେ ଗତ ଡିସେମ୍ବର ୨୦ରେ ଡାକ୍ତର ଶୁଭଶ୍ରୀ, ଅନ୍ୟ ଜଣେ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ଦେଇଥିବା ଏତଲା ସନ୍ଦେହ ବଢ଼ାଇଛି । ଏହା ଭିତରେ ଏକଥା ସାମ୍ନାକୁ ଆସିଛି ଯେ, ଯୋଡ଼ା ନିକଟ ରୁଗୁଡ଼ିରେ ଥିବା ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ଡିସେମ୍ବର ୨୦ ତାରିଖରେ ଏତଲା ଦେଇଥିଲେ ଶୁଭଶ୍ରୀ । ଏଥିରେ ସେ ଉଲ୍ଲେଖ କରିଥିଲେ, ଉଭୟଙ୍କ ମଧ୍ୟରେ କିଛି ବର୍ଷ ହେଲା ସଂପର୍କ ଥିଲା। ବିବାହର ପ୍ରତିଶ୍ରୁତି ଦେଖାଇ ଦିବ୍ୟରଞ୍ଜନ ଶାରୀରିକ ସଂପର୍କ ରଖିବା ପରେ ବାହା ହେବାକୁ ମନା କରୁଛନ୍ତି ।

ସେପଟେ ଖବର ଅନୁଯାୟୀ, ଉକ୍ତ ରାତିରେ ଚାଲିଥିବା ପାର୍ଟିରେ ଡାକ୍ତରଙ୍କ ସହଯୋଗୀଙ୍କ ସହ ତାଙ୍କର ଜଣେ ଡାକ୍ତର ପୁରୁଷ ବନ୍ଧୁ ମଧ୍ୟ ଥିଲେ । ତେଣୁ ଶୁଭଶ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଓ ଦିବ୍ୟରଞ୍ଜନଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହେବା ଛିଡ଼ା କରିଛି ଅନେକ ପ୍ରଶ୍ନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+