ଜଳୁଛି କେନ୍ଦୁଝର ଜଙ୍ଗଲ, ୩୬୦ ଟି ସ୍ଥାନରେ ଲାଗିଛି ନୂଆଁ
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏଥି ପାଇଁ ପ୍ରଚଣ୍ଡ ଖରାରେ ଜଙ୍ଗଲରେ ନୂଆଁ ଲାଗୁଥିବା ପୂର୍ବାନୁମାନ କରାଯାଉଛି । କେନ୍ଦୁଝରରେ ଜଳୁଛି ଜଙ୍ଗଲ । ଜିଲ୍ଲାର ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା କହିଛନ୍ତି କେନ୍ଦୁଝର ଡିଏଫଓ ।

ଜଙ୍ଗଲ ମଧ୍ୟରେ ୨୮୦ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୮୦ଟି ସ୍ଥାନରେ ନିଆଁ ଲାଗିଛି । ଏହି ସମସ୍ତ ନିଆଁ ମନୁଷ୍ୟକୃତ ହୋଇଥିବା ଜଣାପଡ଼ିଛି । ପୋଢୁ ଚାଷ ପାଇଁ, ଶିକାରୀ ତଥା ଜାଳେଣି କାଠ ଓ ମହୁଲ ସଂଗ୍ରହ କରୁଥିବା ଲୋକେ ଜଙ୍ଗଲରେ ନିଆଁ ଲଗାଉଥିବା କହିଛନ୍ତି ଡିଏଫଓ । ସେହିପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମଧ୍ୟ ନିଆଁ ଅଧିକ ବ୍ୟାପିବାରେ ଲାଗିଛି । ବନ ବିଭାଗ ପକ୍ଷରୁ ନିଆଁ ଲାଭାଯାଉଥିବା ବେଳେ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି ।
କେବଳ ଚନ୍ଦକା ଅଭୟାରଣ୍ୟ ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଏବେ ବନାଗ୍ନିର ପ୍ରକୋପ। ଶିମିଳିପାଳଠୁ ଆରମ୍ଭ କରି କେନ୍ଦୁଝର ଯାଏଁ ସବୁଠି ଜଙ୍ଗଲକୁ ଗ୍ରାସ କଲାଣି ବନାଗ୍ନି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟ କହୁଛି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୪ ହଜାର ୬୬୭ଟି ସ୍ଥାନରେ ଲାଗିଛି ଜଙ୍ଗଲ ନିଆଁ। କେବଳ ଗତ ସପ୍ତାହକ ଭିତରେ ରାଜ୍ୟର ୫ ହଜାର ୫୩୫ଟି ସ୍ଥାନରେ ବନାଗ୍ନି ଦେଖିବାକୁ ମିଳିଛି, ଯାହାକି ଦେଶରେ ସର୍ବାଧିକ।
ଏନେଇ ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତରେ ରହିଛି। ବନ ବିଭାଗ କେବଳ ଚନ୍ଦକା ଅଭୟାରଣ୍ୟ ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଏବେ ବନାଗ୍ନିର ପ୍ରକୋପ। ଶିମିଳିପାଳଠୁ ଆରମ୍ଭ କରି କେନ୍ଦୁଝର ଯାଏଁ ସବୁଠି ଜଙ୍ଗଲକୁ ଗ୍ରାସ କଲାଣି ବନାଗ୍ନି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟ କହୁଛି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୪ ହଜାର ୬୬୭ଟି ସ୍ଥାନରେ ଲାଗିଛି ଜଙ୍ଗଲ ନିଆଁ। କେବଳ ଗତ ସପ୍ତାହକ ଭିତରେ ରାଜ୍ୟର ୫ ହଜାର ୫୩୫ଟି ସ୍ଥାନରେ ବନାଗ୍ନି ଦେଖିବାକୁ ମିଳିଛି, ଯାହାକି ଦେଶରେ ସର୍ବାଧିକ।
।












Click it and Unblock the Notifications