କେ. ଜେ. ଏସ୍. ଆହ୍ଲୁୱାଲିଆ ପ୍ଲାଣ୍ଟରେ ବିସ୍ଫୋରଣ; କେହି ମୃତାହତ ହେଇନଥିବା ସୂଚନା
କେନ୍ଦୁଝର ରୁଗୁଡ଼ି ଥାନା ବରପଦା ଠାରେ ଥିବା କେ. ଜେ. ଏସ୍. ଆହ୍ଲୁୱାଲିଆ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଛି । ପ୍ଲାଣ୍ଟ ଇଣ୍ଡକ୍ସନ୍ ଫର୍ଣ୍ଣେସରେ ଲିକ ହୋଇ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ୍ ଫର୍ଣ୍ଣେସରୁ ତରଳ ଧାତୁ ଛିଟିକି ପାଖରେ ଥିବା ହାଇୱା ଉପରେ ପଡ଼ିଥିଲା । ଫଳରେ ଏକ ହାଇୱାର ପଛଭାଗ ଜଳିଯାଇଥିଲା । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ପୋଲିସ କହିଛି ।
ସୂଚନା ଅନୁସାରେ, କେନ୍ଦୁଝର କେ.ଜେ.ଏସ୍ ଆଲୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଥିଲା । ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ଲିକ ହୋଇ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ହେତୁ ଇଣ୍ଡକ୍ସନ ଫର୍ନେସରୁ ତରଳ ଧାତୁ ଛିଟିକି ପାଖରେ ଠିଆ ହୋଇଥିବା ଏକ ହାଇୱା ଉପରେ ପଡିଥିଲା । ଫଳରେ ହାଇୱାର ପଛଭାଗ ପୋଡ଼ି ଯାଇଥିବା ସୂଚନା ମିଳିଛି ।

ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ କେମିତି ହେଲା ବିସ୍ଫୋରଣ ଏନେଇ ପ୍ଲାଣ୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।












Click it and Unblock the Notifications