ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟ: ୭ଟି ସ୍ଥାନରେ ଚାଲିଛି ରେଡ୍
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସତ୍ୟପ୍ରକାଶଙ୍କ କେନ୍ଦୁଝର ଅଫିସ୍, ବାସଭବନ, ଭଦ୍ରକ ପୈତୃକ ଘର, ଭୁବନେଶ୍ୱର ଲକ୍ଷ୍ମୀ ସାଗର ସ୍ଥିତ ନିଜ ଘର ଓ ଶ୍ୱଶୁର ଘର, ଜାଗମରା ସ୍ଥିତ ଘର ସମେତ ୭ଟି ସ୍ଥାନରେ ଚଢାଉ କରାଯାଇଛି ।
ରାଜ୍ୟରେ ଗତ କିଛି ଦିନ ହେବ ଲଗାତାର ଭିଜିଲାନ୍ସ କବଜାରେ ପଡ଼ୁଛନ୍ତି ସରକାରୀ ଅଧିକାରୀ। କୋଟି କୋଟି ଠକେଇ ସାଙ୍ଗକୁ ମାଳ ମାଳ ସମ୍ପତ୍ତି ଠୂଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ ଟିମ୍ ।

ଏହିକ୍ରମରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର ଜେଲ ଅଧୀକ୍ଷକ। ଚଢ଼ାଉରେ ୧୨ଜଣ ଡିଏସ୍ପି, ୧୧ଜଣ ଇନ୍ସପେକ୍ଟର ,ଏସଆଇି ଓ ଏଏସଆଇ ସମେତ ଅନ୍ୟ ସହଯୋଗ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟର ନିର୍ଦ୍ଦେଶନାମା ଅନୁଯାୟୀ ଏହି ଚଢ଼ାଉ ଜାରି ରଖିଛି ଟିମ୍ ।












Click it and Unblock the Notifications