କ୍ରାଇମବ୍ରାଞ୍ଚ ଜାଲରେ କେନ୍ଦୁଝର ବିଜେଡି ନେତା ରାଜା ଚକ୍ର, ଚାଲିଛି ଜେରା
ରାଜା ଚକ୍ରଙ୍କୁ ଇଓଡବ୍ଲୁର ମାରାଥନ ଜେରା । ଗର୍ଦ୍ଧମାର୍ଦନ ଲୋଡିଂ ଆଣ୍ଡ କୋ-ଅପରେଟିଭ୍ ସୋସାଇଟିରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଥିଲା । ଯାହାକୁ ନେଇ ସୌମ୍ୟଶଙ୍କର ଚକ୍ରଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)।

ଗନ୍ଧମାର୍ଦନ ଲୋଡିଂ ଆଣ୍ଡ କୋ- ଅପରେଟିଭ୍ ସୋସାଇଟିରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଥିବାର ଅଭିଯୋଗ ଆସିଥିଲା। ଯାହାପରେ ସୋସାଇଟି ସଂପାଦକ ଉତ୍କଳ ଦାସ ଏବଂ ପୂର୍ବତନ ସଭାପତି ମାନସ ବାରିକଙ୍କୁ ଗିରଫ କରାଥିଲା ଅର୍ଥନୈତିକ ଅବରୋଧ ଶାଖା । ଏବେ ଏହି ଘୋଟାଲାରେ ସଂପୃକ୍ତି ଥିବା ଅଭିଯୋଗରେ ସୌମ୍ୟ ଶଙ୍କର ଚକ୍ରଙ୍କ ସମେତ ୬ ଜଣଙ୍କୁ ଇଓଡବ୍ଲୁ ପକ୍ଷରୁ ହାଜର ହେବା ପାଇଁ ନୋଟିସ ହୋଇଥିଲା । କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ସୌମ୍ୟଙ୍କୁ ନୋଟିସ୍ ହୋଇଥିଲା । ଶେଷରେ ସୋମବାର ଦିନ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ବା ରାଜା ଇଓଡବ୍ଲୁ ନିକଟରେ ହାଜର ହୋଇଥିଲା । ଆଉ ସୋମବାର ପୂର୍ବାହ୍ନରୁ ରାଜାଙ୍କୁ ଜେରା କରୁଛି ଇଓଡବ୍ଲୁ ।












Click it and Unblock the Notifications