ଆଜିଠୁ ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର
ଖୋଲିଲା ଘଟଗାଁର ମା’ ତାରିଣୀ ମନ୍ଦିର । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ଘଟଗାଁର ମା’ ତାରିଣୀ ମନ୍ଦିର ମଙ୍ଗଳବାରଠୁ ଖୋଲିଛି। କରୋନା କଟକଣା ମାନି ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କଟକଣାକୁ ବଧ୍ୟାତାମୂଳକ କରାଯାଇଛି।
କେନ୍ଦୁଝର: ଖୋଲିଲା ଘଟଗାଁର ମା' ତାରିଣୀ ମନ୍ଦିର । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ଘଟଗାଁର ମା' ତାରିଣୀ ମନ୍ଦିର ମଙ୍ଗଳବାରଠୁ ଖୋଲିଛି। କରୋନା କଟକଣା ମାନି ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କଟକଣାକୁ ବଧ୍ୟାତାମୂଳକ କରାଯାଇଛି।

କୋଭିଡ୍ ଗାଇଡଲାଇନ୍ ଅନୁସାରେ ମନ୍ଦିର ବେଢାରେ ଏକକାଳୀନ ୩୦ରୁ ଅଧିକ ଭକ୍ତ ରହିପାରିବେନି । ଦୈନିକ ଦୁଇଟି ପର୍ଯ୍ୟାୟରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିବ । ପ୍ରଥମ ପର୍ଯ୍ୟାୟ ସକାଳ ୭.୩୦ରୁ ୧୨. ୩୦ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏଁ ଦର୍ଶନ ସୁଯୋଗ ମିଳିବ। ମନ୍ଦିର ଭିତରେ କୌଣସି ଭୋଗ ଅର୍ଥାତ ନଡିଆ, ଦୀପ, ଧୂପ ଇତ୍ୟାଦି ଲାଗି କରାଯିବନାହିଁ। କେବଳ ଭକ୍ତମାନେ ମା' ଙ୍କ ଦର୍ଶନ କରିପାରିବେ। ଏଥିସହିତ କୌଣସି ଭକ୍ତ ପାଦୁକା ସେବନ କରିପାରିବେ ନାହିଁ। ସିନ୍ଦୂର ଓ ଚନ୍ଦନ ପୂଜକଙ୍କୁ ମାଗିପାରିବେନାହିଁ।
ମା' ତାରିଣୀ ମନ୍ଦିରକୁ ୧୦ ବର୍ଷରୁ କମ୍ ବୟସର ପିଲା ଓ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଭକ୍ତ ପ୍ରବେଶ କରି ପାରିବେନାହିଁ। ବର୍ତ୍ତମାନ ଚୁଳ ସମର୍ପଣ ବନ୍ଦ କରାଯାଇଛି। ମା' ତାରିଣୀ ମନ୍ଦିରରେ ହେଉଥିବା ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ଭୋଗ ପାର୍ସଲ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ।












Click it and Unblock the Notifications