କେନ୍ଦ୍ରାପଡାରେ ପାଣି ପାଇଁ ମହାଭାରତ: ଖରସ୍ରୋତା ମେଗା ଜଳ ପ୍ରକଳ୍ପକୁ ନେଇ ପୋଲିସ-ଜନତା ମୁହାଁମୁହିଁ
କେନ୍ଦ୍ରାପଡା ଜିଲ୍ଲାର ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କେନ୍ଦ୍ରାପଡା ଜିଲ୍ଲାର ରାଜକାନିକା ବ୍ଲକର ତିନିଟି ପଞ୍ଚାୟତର ଲୋକମାନେ ଖରାସ୍ରୋତ ନଦୀ ଉପରେ ଏହି ପ୍ରକଳ୍ପ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
କେନ୍ଦ୍ରାପଡା: ଜିଲ୍ଲାର ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କେନ୍ଦ୍ରାପଡା ଜିଲ୍ଲାର ରାଜକାନିକା ବ୍ଲକର ତିନିଟି ପଞ୍ଚାୟତର ଲୋକମାନେ ଖରାସ୍ରୋତ ନଦୀ ଉପରେ ଏହି ପ୍ରକଳ୍ପ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୋଲିସ୍ ଉପସ୍ଥିତିରେ ଉତ୍ତ୍ୟକ୍ତ ଲୋକେ ବ୍ୟାରିକେଡ ଭାଙ୍ଗି ଫୋପାଡ଼ିବା ସହ ପୋଲିସ୍ କର୍ମୀଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନାହାନ୍ତି।

ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ପାଇଁ ହେଉଥିବା ମେଗା ଜଳ ପ୍ରକଳ୍ପକୁ ଜୋରଦାର ବିରୋଧ । ପ୍ରଶାସନ ପକ୍ଷରୁ ଧାରା ୧୪୪ ଲାଗିଥିଲେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ । ମେଗା ଜଳ ପ୍ରକଳ୍ପର କାମକୁ ବିରୋଧ କରି କଟକ-ଚାନ୍ଦବାଲି ରାସ୍ତାକୁ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ଖରସ୍ରୋତା ସଂଗ୍ରାମ ସମିତି ।
ସୂଚନାନୁସାରେ, ଆଜି ସକାଳେ ଭାରିଗଦାଠାରେ ପ୍ରୋଜେକ୍ଟ ସାଇଟକୁ ଯାଉଥିବାବେଳେ ପୋଲିସ ଖାରସ୍ରୋତା ସଂଗ୍ରାମ ସମିତି (କେବିଏସଏସ) ର ଅଧକ୍ଷ ଓ ପୂର୍ବତନ କଂଗ୍ରେସ ବିଧାୟକ ଅଲ ଦେବନ୍ଦ୍ର ଶର୍ମାଙ୍କୁ ଅଟକ ରଖିଥିଲା।
ଏହି ଖବର ପ୍ରଚାର ହେବା ମାତ୍ରେ ବାଳକାଟି, ଭାରିଗଦା ଏବଂ ବରୁଣାଡିହ ପଞ୍ଚାୟତର ଲୋକମାନେ ପ୍ରକଳ୍ପ ସ୍ଥଳକୁ ଦୌଡିଥିଲେ। ଯଦିଓ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳକୁ ବ୍ୟାରିକେଡ୍ କରି 16 ପ୍ଲାଟୁନ୍ ପୋଲିସ୍ ନିୟୋଜନ ସହିତ ନିଷେଧାଦେଶ ଜାରି କରିଥିଲା । ମାତ୍ର କ୍ରୋଧିତ ଲୋକେ ପ୍ରକଳ୍ପ ସ୍ଥଳକୁ ଧସେଇ ହୋଇ ପସିବା ସହିତ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଯାନବାହାନକୁ ନଷ୍ଟ କରି ଟାଙ୍କିରୁ ଇନ୍ଧନ ବାହାର କରି ଦେଇଛନ୍ତି। ପରେ ସେମାନେ ନିର୍ମାଣକାରୀ କମ୍ପାନୀର ଅସ୍ଥାୟୀ କାର୍ଯ୍ୟାଳୟକୁ ଘରୋଉ କରିଥିଲେ। କମ୍ପାନୀର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଏପରିକି ଛିଡ଼ା ହୋଇଥିବା ଆମ୍ବୁଲାନ୍ସକୁ ବି ଭାଙ୍ଗି ଚୁରମାର କରି ଦେଇଛନ୍ତି।
ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ, ଏସ୍ପି, ୨ ଏସ୍ଡିପିଓ ଉପସ୍ଥିତ ଥିବା ବେଳେ ୧୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏହାସତ୍ତ୍ୱେ ହଜାର ହଜାର ଲୋକଙ୍କୁ ନିୟନ୍ତ୍ରଣକୁ ଆଣିବାକୁ କାଠିକର ପାଠ ହେବାରୁ ପୁଲିସ୍ ଏକ ପ୍ରକାର ହାତ ଟେକି ଦେଇଛି। ଏପରିକି ଶାନ୍ତିପୂର୍ଣ୍ଣ ଉପାୟରେ ଆଲୋଚନା ପାଇଁ ଉପଜିଲ୍ଲାପାଳ ସମିତି ସଭ୍ୟ ତଥା ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରୁଥିଲେ ବି ସେମାନେ ନ ଛୋଡ଼ ବନ୍ଧା। ଯେକୌଣସି ପରିସ୍ଥିତିରେ ବି ପ୍ରକଳ୍ପ କରାଇ ଦେବେ ନାହିଁ ବୋଲି ଜିଦ୍ରେ ଅଡ଼ି ବସିଛନ୍ତି। ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଜଣେ ପୁଲିସ୍ କର୍ମଚାରୀଙ୍କ ସମେତ ଏସ୍ଡିପିଓ ଆହତ ହୋଇଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ଅଧିକ ଫୋର୍ସ ମଗାଯାଇଥିବା ଜଣାଯାଇଚି।
ଆନ୍ଦୋଳନରେ ଶହ ଶହ ମହିଳା, ଯୁବକ ମାନେ ସାମିଲ ହୋଇଛନ୍ତି । ରକ୍ତ ଦେବୁ ପଛେ ପାଣି ଦେବୁନି ନାରା ଦେଇ ପ୍ରକଳ୍ପ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଏପରିକି ଏହି ପ୍ରକଳ୍ପ ହେଲେ ଲୁଣା ପାଣି ମାଡି ଆସିବ ବୋଲି ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି ।












Click it and Unblock the Notifications