ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ସୂଚନା; ପ୍ରଥମେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛି

ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ସୂଚନା। ପ୍ରଥମେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ସନ୍ଦେହ ହେଉଛି ।ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଯଦି ଆତ୍ମହତ୍ୟା କରିଛନ୍ତି କାରଣ କ'ଣ ତଦନ୍ତ କରିବୁ କହିଲେ ଏସ୍‌ପି ।

କେନ୍ଦ୍ରାପଡା ଯୁକ୍ତ ତିନି ଛାତ୍ରୀ ମୃତ୍ୟୁ ଘଟଣାରେ ଏଏସଆଇଙ୍କ ବଦଳି । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ମୋହନ ପଲାଇଙ୍କ ବଦଳି କଲେ କେନ୍ଦ୍ରାପଡା ଏସପି । ସେପଟେ ଆଜି କଟକ ଏସସିବି ମେଡିକାଲରେ ହେବ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ । ଏହି ଘଟଣାକୁ ନେଇ ରାଜନୀତି ସରଗରମ । ପଟ୍ଟାମୁଣ୍ଡାଇରେ ଶୋକର ଛାୟା ।

ବଦଳିଲେ ASI:

ଏହି ଘଟଣାରେ ଆକ୍ସନ ନେଇଛନ୍ତି କେନ୍ଦ୍ରାପଡା ଏସପି । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ମୋହନ ପଲେଇଙ୍କୁ ବଦଳି କରାଯାଇ ଜିଲ୍ଲା ପୋଲିସ ହେଡକ୍ବାର୍ଟରରେ ଅବସ୍ଥାପିତ କରାଯାଇଛି । ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ତାଙ୍କୁ ବଦଳି କରାଯାଇଛି । ତେବେ ପୂର୍ବରୁ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦେଇଥିଲେ ବି ଥାନା ବାବୁ ରଖିନଥିବା ଗତକାଲି ଅଭିଯୋଗ ଆଣିଥିଲେ ତାଙ୍କ ବାପା ।

Kendrapara SP

ମୃତ ଛାତ୍ରୀ ଜଣକ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ବଡପଡା ପଞ୍ଚାୟତ ଅଧିନସ୍ଥ ଏକ ସ୍ଥାନୀୟ କଲେଜରେ +3 କଳା ଶେଷବର୍ଷର ଛାତ୍ରୀ ଥିଲେ । ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ଓ ପରେ କୌଣସି କାରଣରୁ ମନୋମାଳିନ୍ୟ ହୋଇଥିଲା । ଏଥିପାଇଁ ଛାତ୍ରୀ ଜଣଙ୍କ ପ୍ରେମିକ ଠାରୁ ଦୂରେଇ ଯାଇଥିଲେ । ତେବେ ପ୍ରତିଶୋଧ ପରାୟଣ ହୋଇ ଯୁବକ ଜଣକ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛାତ୍ରୀଙ୍କର ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ମୃତକଙ୍କ ବାପା ଗତକାଲି ପ୍ରତିକ୍ରିୟାରେ କହିଥିଲେ । ମୃତ ଛାତ୍ରୀ ଓ ପରିବାରବର୍ଗ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେବାକୁ ଯାଇଥିବା ବେଳେ ଥାନା କର୍ମଚାରୀ ଏହି ଏତଲା ରଖିନଥିଲେ ବୋଲି ଅଭିଯୋଗ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+