For Quick Alerts
Turn On Notification  
For Daily Alerts
Oneindia App Download

ସମୁଦ୍ର ପାଣି ଛୁଇଁଲେ ଜରିମାନ ଦେବ : ବେଳାଭୂମିରେ 144 ଧାରା

ରାଜନଗର ପେଣ୍ଠ ସମୁଦ୍ର କୂଳରେ ଆଜି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ 144 ଧାରା ଲାଗୁ କରିଛି ।

|

କେନ୍ଦ୍ରାପଡା : ବେଳାଭୂମିରେ ବୁଲିବା ହେଉ ଅବା ସମୁଦ୍ର ପାଣିରେ ଗାଧୋଇବା ହେଉ ଏସବୁ ଉପରେ କଟକଣା ଲାଗିଛି । ବେଳାଭୂମିରେ ଲଗାଯାଇଛି ନାଲି ପତାକା । ରାଜନଗର ପେଣ୍ଠ ସମୁଦ୍ର କୂଳରେ ଆଜି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ 144 ଧାରା ଲାଗୁ କରିଛି । ଏଥିସହ ନାଲି ପତାକା ଲଗାଇ ସର୍ବସାଧାରଣ ଲୋକଙ୍କୁ ଏନେଇ ଅବଗତ କରାଇଛି ପ୍ରଶାସନ । ଆହୁରି ମଧ୍ୟ ସମୁଦ୍ରରେ ଗାଧୋଇବା ବାରଣ କରାଯାଇଛି । ଯଦି ଏହାର କେହି ଖିଲାପ କରନ୍ତି ତାହେଲେ ଜରିମାନ ଦେବେ ।
ଏଠାରେ ସୂଚନାଥାଉକି, ଗତ 15 ଦିନ ମଧ୍ୟରେ ରାଜନଗର ପେଣ୍ଠ ସମୁଦ୍ର କୂଳରେ ଗାଧୋଇବା ସମୟରେ ଦୁଇ ଜଣ ଇଞ୍ଜିନିୟର ଛାତ୍ରଙ୍କର ଜୀବନ ଯାଇଥିଲା । ଗତ 1 ତାରିଖରେ ଯାଜପୁର ଜିଲ୍ଲା ଜରି ଗାଁର ଗୌରବ ରଥ ଓ ଗତ 15 ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗୁପ୍ତିରା ଗାଁର ସତ୍ୟଜିତ ପେଣ୍ଠ ସମୁଦ୍ର କୂଳରେ ଗାଧୋଇବା ସମୟରେ ପାଣିରେ ଭାସିଯାଇଥିଲେ ।

କେନ୍ଦ୍ରାପଡା ପେଣ୍ଠ

ଏମାନଙ୍କ ମଧ୍ୟରୁ ଗୌତମଙ୍କ ମୃତ ଦେହ ମିଳିଥିବା ବେଳେ ଏପର୍ଯ୍ୟନ୍ତ ସତ୍ୟଜିତଙ୍କ ମୃତ ଦେହ ମିଳିପାରି ନାହିଁ । କରୋନା କଟକଣା ଯୋଗୁ ସମସ୍ତ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଥିଲା । ହେଲେ ଅନଲକ୍ ପର ଠାରୁ ଏଠାରେ ଭିଡ଼ ଜମିବା ଆରମ୍ଭ ହୋଇଯାଇଥିଲା । ଦିନକୁ ଦିନ ଭିଡ଼ ବଢୁଥିଲା । ଏହି କାରଣରୁ ଆଜି କେନ୍ଦ୍ରାପଡ଼ା ପ୍ରଶାସନ ଏଠାରେ 144 ଧାରା ଲଗାଇଥିବା କୁହାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
kendrapara Section 144 Imposed in Pentha Sea Beach
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X