Get Updates
Get notified of breaking news, exclusive insights, and must-see stories!

ସମୁଦ୍ର ପାଣି ଛୁଇଁଲେ ଜରିମାନ ଦେବ : ବେଳାଭୂମିରେ 144 ଧାରା

ରାଜନଗର ପେଣ୍ଠ ସମୁଦ୍ର କୂଳରେ ଆଜି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ 144 ଧାରା ଲାଗୁ କରିଛି ।

କେନ୍ଦ୍ରାପଡା : ବେଳାଭୂମିରେ ବୁଲିବା ହେଉ ଅବା ସମୁଦ୍ର ପାଣିରେ ଗାଧୋଇବା ହେଉ ଏସବୁ ଉପରେ କଟକଣା ଲାଗିଛି । ବେଳାଭୂମିରେ ଲଗାଯାଇଛି ନାଲି ପତାକା । ରାଜନଗର ପେଣ୍ଠ ସମୁଦ୍ର କୂଳରେ ଆଜି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ 144 ଧାରା ଲାଗୁ କରିଛି । ଏଥିସହ ନାଲି ପତାକା ଲଗାଇ ସର୍ବସାଧାରଣ ଲୋକଙ୍କୁ ଏନେଇ ଅବଗତ କରାଇଛି ପ୍ରଶାସନ । ଆହୁରି ମଧ୍ୟ ସମୁଦ୍ରରେ ଗାଧୋଇବା ବାରଣ କରାଯାଇଛି । ଯଦି ଏହାର କେହି ଖିଲାପ କରନ୍ତି ତାହେଲେ ଜରିମାନ ଦେବେ ।
ଏଠାରେ ସୂଚନାଥାଉକି, ଗତ 15 ଦିନ ମଧ୍ୟରେ ରାଜନଗର ପେଣ୍ଠ ସମୁଦ୍ର କୂଳରେ ଗାଧୋଇବା ସମୟରେ ଦୁଇ ଜଣ ଇଞ୍ଜିନିୟର ଛାତ୍ରଙ୍କର ଜୀବନ ଯାଇଥିଲା । ଗତ 1 ତାରିଖରେ ଯାଜପୁର ଜିଲ୍ଲା ଜରି ଗାଁର ଗୌରବ ରଥ ଓ ଗତ 15 ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗୁପ୍ତିରା ଗାଁର ସତ୍ୟଜିତ ପେଣ୍ଠ ସମୁଦ୍ର କୂଳରେ ଗାଧୋଇବା ସମୟରେ ପାଣିରେ ଭାସିଯାଇଥିଲେ ।

କେନ୍ଦ୍ରାପଡା ପେଣ୍ଠ

ଏମାନଙ୍କ ମଧ୍ୟରୁ ଗୌତମଙ୍କ ମୃତ ଦେହ ମିଳିଥିବା ବେଳେ ଏପର୍ଯ୍ୟନ୍ତ ସତ୍ୟଜିତଙ୍କ ମୃତ ଦେହ ମିଳିପାରି ନାହିଁ । କରୋନା କଟକଣା ଯୋଗୁ ସମସ୍ତ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଥିଲା । ହେଲେ ଅନଲକ୍ ପର ଠାରୁ ଏଠାରେ ଭିଡ଼ ଜମିବା ଆରମ୍ଭ ହୋଇଯାଇଥିଲା । ଦିନକୁ ଦିନ ଭିଡ଼ ବଢୁଥିଲା । ଏହି କାରଣରୁ ଆଜି କେନ୍ଦ୍ରାପଡ଼ା ପ୍ରଶାସନ ଏଠାରେ 144 ଧାରା ଲଗାଇଥିବା କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+