୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ

ମହିଳା ପୋଲିସ କନଷ୍ଟେବଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସାମ୍ବାଦିକ ସଙ୍ଘ। ମାତ୍ର ବିଧାୟକମାନେ ସେମାନଙ୍କ ଦାବିକୁ ଧ୍ୟାନ ଦେଇନାହାଁନ୍ତି ବୋଲି ଅଭିଯୋଗ କରି ସାମ୍ବାଦିକମାନେ ବିଧାୟକମାନଙ୍କୁ କିଛି ସମୟ ପାଇଁ କାର୍ଯ୍ୟାଳୟରେ ବନ୍ଦ କରି ରଖିଥିଲେ।

କେନ୍ଦ୍ରାପଡା: ଆଜି ଜିଲ୍ଲା କଲେକ୍ଟର କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ଅନୁଯାୟୀ, ଗତକାଲି ଜଣେ ମହିଳା ପୋଲିସ କନଷ୍ଟେବଳ ଅଫିସ୍ ପରିସରରେ ଜଣେ ସାମ୍ବାଦିକଙ୍କୁ ଚାପୁଡା ମାରିଥିଲେ । କାରଣ ଥିଲା ମହିଳା ପୋଲିସ କନଷ୍ଟେବଳ ଜଣଙ୍କ ମାସ୍କ ପିନ୍ଧି ନଥିଲେ ଆଉ ଏହାର ଭିଡିଓ ସୁଟିଂ କରୁଥିଲେ ଜଣେ ସାମ୍ବାଦିକ । ଏହି ପ୍ରସଙ୍ଗରେ କ୍ରୋଧିତ ହୋଇ କନଷ୍ଟେବଳ ସାମ୍ବାଦିକଙ୍କୁ ଚାପୁଡ଼ା ମାରିଥିଲେ।

Kendrapara Journalist

ତେବେ ଏହି ଘଟଣାକୁ ସମ୍ବାଦିକ ମହଲରେ ପ୍ରତିବାଦ କରାଯିବା ସହ ଜିଲ୍ଲାର ଅନ୍ୟ ସାମ୍ବାଦିକମାନେ ଆଜି ଉକ୍ତ କାର୍ଯ୍ୟାଳୟରେ ବିଧାୟକଙ୍କ ସହ ଆଲୋଚନା କରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ୫ ଜଣ ବିଧାୟକଙ୍କୁ ତାଲା ପକାଇଥିଲେ ସାମ୍ବାଦିକମାନେ ।

ତେବେ ମହିଳା ପୋଲିସ କନଷ୍ଟେବଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସାମ୍ବାଦିକ ସଙ୍ଘ। ମାତ୍ର ବିଧାୟକମାନେ ସେମାନଙ୍କ ଦାବିକୁ ଧ୍ୟାନ ଦେଇନାହାଁନ୍ତି ବୋଲି ଅଭିଯୋଗ କରି ସାମ୍ବାଦିକମାନେ ବିଧାୟକମାନଙ୍କୁ କିଛି ସମୟ ପାଇଁ କାର୍ଯ୍ୟାଳୟରେ ବନ୍ଦ କରି ରଖିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+