Get Updates
Get notified of breaking news, exclusive insights, and must-see stories!
Live

Kendrapada Lok Sabha Election 2024 LIVE Updatesକାହାର ହେବ କେନ୍ଦ୍ରାପଡ଼ା ଲୋକସଭା ଆସନ?

Lok sabha election 2024: ରାଜ୍ୟର ହାଇପ୍ରୋଫାଇଲ ସଂସଦୀୟ କ୍ଷେତ୍ର ହେଉଛି କେନ୍ଦ୍ରାପଡ଼ା କାହାର ହେବ ଆସନ ?ବୈଜୟନ୍ତ ନା ଅଂଶୁମାନ । କିଏ ପିନ୍ଧିବ ବିଜୟ ମୁକୁଟ । ଲୋକେ କାହାକୁ ଗ୍ରହଣ କରିଛନ୍ତି । ତାହାର ଫଳାଫଳ ଆଜି ପ୍ରକାଶ ପାଇବ । କେଇ ଘଣ୍ଟାର ଅପେକ୍ଷା ପରେ ଜଣାପଡ଼ିବ । କେନ୍ଦ୍ରାପଡ଼ା ସାଂସଦ ଅଂଶୁମାନ ମହାନ୍ତି ନା ବୈଜୟନ୍ତ ପଣ୍ଡା ହେବେ ତାହା ଦେଖିବାକୁ ବାକି ରହିଲା ।

ଜୁନ୍ ୧ ଅର୍ଥାତ୍ ଶେଷ ପର୍ଯ୍ୟାୟ ନିର୍ବାଚନରେ ଏହି ସଂସଦୀୟ କ୍ଷେତ୍ର ଲାଗି ପଡ଼ିଥିଲା ଭୋଟ୍ । ଆଉ ବତ୍ତମାନ କେନ୍ଦ୍ରାପଡ଼ା ନିର୍ବାଚନ ଉପରେ ଏବେ ଅଟକି ରହିଛି ସାରା ରାଜ୍ୟର ନଜର । ଚଳିତ ଥର ଲୋକସଭା ଆସନ ପାଇଁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଥିଲା ବିଜେପି । ଏପଟେ ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ଏହି ଆସନ ପାଇଁ ବିଜେଡିର ପ୍ରାର୍ଥୀ ହୋଇଥିଲେ ।

ଗତ ମାସକ ଭିତରେ କେନ୍ଦ୍ରାପଡ଼ା ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଓ ବରିଷ୍ଠ ନେତା ଗଣେଶ୍ୱର ବେହେରା କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ଘଟଣା ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି ।

Kendrapada Lok Sabha  Election

କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା ସମେତ କଟକ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀ ମାହାଙ୍ଗା ଓ ସାଲେପୁର ସାମିଲ ରହିଛି । ୨୦୧୯ରେ କେନ୍ଦ୍ରାପଡ଼ା ଲୋକସଭା ସମେତ ସମସ୍ତ ୭ଟି ନିର୍ବାଚନ ମଣ୍ଡଳୀ ବିଜେଡି ଦଖଲରେ ରହିଥିଲା । ପ୍ରଭାତ ସାମନ୍ତରାୟ, ଅର୍ଚ୍ଚନା ନାୟକଙ୍କ ପରେ ବିଜେଡିରୁ ୨୦୦୯ ଓ ୨୦୧୪ରେ ବୈଜୟନ୍ତ ପଣ୍ଡା ଲଗାତାର ଦୁଇଥର ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ଦଳ ସହ ସମ୍ପର୍କ ବିଗିଡ଼ିବାରୁ ୨୦୧୯ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ବୈଜୟନ୍ତ ପଣ୍ଡା । ବୈଜୟନ୍ତ ପଣ୍ଡା ୨୦୧୯ରେ ବିଜେପି ଟିକେଟରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ । ତେବେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ସେ ପରାଜିତ ହୋଇଥିଲେ । ଅନୁଭବ ମହାନ୍ତିଙ୍କୁ ୬ ଲକ୍ଷ ୨୮ ହଜାର ୯୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ବୈଜୟନ୍ତ ପଣ୍ଡା ପାଇଥିଲେ ୪ ଲକ୍ଷ ୪୭ ହଜାର ୪୫୬ ଖଣ୍ଡ ଭୋଟ ପାଇଥିଲେ ।

୨୦୧୯ରେ ବିଜେଡିକୁ ଲୋକସଭା କ୍ଷେତ୍ରରେ ଥିବା ୭ ବିଧାନସଭା ମଣ୍ଡଳୀର ନେତୃତ୍ୱଙ୍କ ଭରପୂର ସହଯୋଗ ମିଳିଥିଲା । ପାଟକୁରାରୁ ସାବିତ୍ରୀ ଅଗ୍ରୱାଲ, କେନ୍ଦ୍ରାପଡ଼ାରୁ ଶଶିଭୂଷଣ ବେହେରା, ଆଳିରୁ ପ୍ରତାପ କେଶରୀ ଦେବ, ରାଜନଗରରୁ ଧ୍ରୁବଚରଣ ସାହୁ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ବିଜୟୀ ହେବା ସହ ସେମାନଙ୍କ ଭୋଟ ଭାଗ ଅନୁଭବଙ୍କ ପାଇଁ ମଧ୍ୟ ଯୋଗାଡ଼ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟପକ୍ଷରେ କୌଣସି ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ବିଜୟୀ ନହୋଇ ମଧ୍ୟ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାୟ ସାଢ଼େ ୪ ଲକ୍ଷ ଭୋଟ ମିଳିଥିଲା । ଯେଉଁ କାରଣରୁ ଚଳିତ ଥର ମଧ୍ୟ ଏଠାରେ ହୋଇଛି କଡ଼ା ଫାଇଟ । ତେବେ ଆଉ କିଛି ସମୟର ଅପେକ୍ଷା ପରେ ହୋଇଯିବ ଏଠାରେ କିଏ ଏହି ଗଡ଼ ହାତେଇବାରେ ହେଉଛି ସଫଳ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+