ଓଡ଼ିଶାରୁ କାଶ୍ମୀର ଆତଙ୍କବାଦୀ ଗିରଫ
ଭୁବନେଶ୍ୱର: ଓଡ଼ିଶାରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ । କାଶ୍ମୀର ପୋଲିସର ୱାଣ୍ଟେଡ ତାଲିକାରେ ଥିବା ସୟଦ ଇସାନ ବୁଖାରୀକୁ ଓଡ଼ିଶାରୁ ଗିରଫ କଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ । ଏହାସହ ତା ପାଖରୁ ବହୁ ବିଦେଶୀ ନକଲି କାଗଜ ପତ୍ର ମଧ୍ୟ ଜଗତ କରାଯାଇଛି ।

ଯାଜପୁର ଜିଲ୍ଲା ନେଉଳପୁରରୁ କାଶ୍ମୀର ଆତଙ୍କବାଦୀକୁ ଗିରଫ କରାଯାଇଥିବା ନେଇ ସୂଚନା ରହିଛି । ସେ ଦୀର୍ଘ ଦିନ ହେବ ନିଜରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ ଆସୁଥିଲା । ସେହିପରି ସେ କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ସେନା ଅଫିସର ଭାବେ ପରିଚୟ ଦେଉଥିଲା । ପ୍ରାଥମିକ ତଦନ୍ତ ଅନୁସାରେ ତାର ୬ ରୁ ୭ଟି ସ୍ତ୍ରୀ ଥିବା ନେଇ ମଧ୍ୟ ସୂଚନା ରହିଛି ।

କାଶ୍ମୀର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡ଼଼ିଶାରେ ମଧ୍ୟ ସୟଦ ଇସାନ ବୁଖାରୀ ବିବାହ କରିଥିବା କଥା ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ସେ କେଉଁ ଆତଙ୍କବାଦୀ ସଂଗଠନ ପାଇଁ ସେ କାମ କରୁଥିବା ତାବା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେହିପରି ଗିରଫ ଆତଙ୍କବାଦୀର କେଉଁ କେଉଁ ଆକ୍ରମଣରେ ସଂପୃକ୍ତି ରହିଛି ତାହା ଜାଣିବା ପାଇଁ ବର୍ତ୍ତମାନ ପୋଲିସ ତନାଘନା କରୁଛି ।












Click it and Unblock the Notifications