Get Updates
Get notified of breaking news, exclusive insights, and must-see stories!

କାଶୀପୁରେରେ ବଢୁଛି ମତ୍ୟୁ ସଂଖ୍ୟା ,କାଶୀପୁରରେ ହଇଜା ସ୍ଥିତି ପରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

Kashipur death toll increasing due to Cholera, Heath minister inspects the situation କାଶୀପୁରେରେ ବଢୁଛି ମତ୍ୟୁ ସଂଖ୍ୟା ,କାଶୀପୁରରେ ହଇଜା ସ୍ଥିତି ପରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ରୟାଗଡ଼ା: କାଶୀପୁରେ ଡାଇରିଆ ଭିବ୍ରିଓ କଲେରା ରୁପ ନେବା ପରେ ଧିରେଧିରେ ବଢୁଛି ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୯କୁ ଛୁଇଁଲାଣି । ସ୍ଥିତି ପରଖି ଦେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ଆଇନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ଖୁବଶୀଘ୍ର ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଦୁଇଦିନ ଧରି ଝାଡ଼ାବାନ୍ତିରେ ଆକ୍ରନ୍ତ ଥିବା ଡେଙ୍ଗାଗୁଡ଼ା ଗାଁର ଅର୍ଜୁନ ମାଝୀ ଘରୁକୁ ଫେରିବା ପରେ ତାଙ୍କ ମୃତ୍ୟୁ ହୋଇଥିଲା ।

Heath minister

କାଶୀପୁର ବ୍ଲକର ବିଭିନ୍ନ ଗାଁରେ ହଇଜା ଆକ୍ରାନ୍ତ ହୋଇଥିବା ବ୍ୟକ୍ତଙ୍କ ପରିବାର ସହ ଭେଟିଥିଲେ ଦୁଇ ମନ୍ତ୍ରୀ ଏହାସହ ବିଭିନ୍ନ ମେଡିକାଲରେ ଥିବା ଆକ୍ରାନ୍ତଙ୍କ ସହିତ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ଚିକିତ୍ସା ପଦ୍ଧତି ସମ୍ପର୍କରେ ଡାକ୍ତର ସହିତ ଆଲୋଚନା କରିଥିଲେ । କାଶୀପୁର ବ୍ଲକର ୪ଟି ମେଡିକାଲରେ ୭୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଡେଙ୍ଗାଗୁଡା, କପାଡାଙ୍ଗ, ମଲ୍ଲୀଝରଣ , ସୁରୁଗୁଞ୍ଜା, ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ଆଦି ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ନଦୀ ,ନାଳ,ପୋଖରୀ ,କୂଳ ସମେତ ଅନ୍ୟାନ୍ୟ ଜଳ ଉତ୍ସ ଦୂଷିତ ହୋଇଥିବାରୁ ଏହାର ବ୍ୟବାହାର ମଧ୍ୟ ବନ୍ଦ କରିଛନ୍ତିଜିଲ୍ଲାପାଳ । ଯାହାର ଏବେ ବିଶୋଧନ ଚାଲି । ସମ୍ପୃକ୍ତ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+