କାଶୀପୁର ଅଜଣା ରୋଗରେ ମୃତ୍ୟୁ ଘଟଣାର କାରଣ ଖୋଜିବା ନେଇ ଦେଲେ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ
ରାୟଗଡା : ରାୟଗଡା କାଶୀପୁର ରେ ଅଜଣା ରୋଗରେ ମୃତ୍ୟୁ ଖବରକୁ ନେଇ ଆକ୍ସନ ମୋଡରେ ମୋହନ ସରକାର । ଗଣମାଧ୍ୟମରେ କାଶୀପୁରରେ ଅଜଣା ରୋଗରେ ପଡି ଲୋକଙ୍କ ଜୀବନ ଯିବା ଖବର ବାଜିବା ପରେ ସରକାର ହସ୍ତକ୍ଷେପ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟବିଭାଗକୁ ରାୟଗଡାର ଆଦିବାସୀ ଅଂଚଳରେ ଅଜଣା ରୋଗ ବ୍ୟାପିବା ପଛର କାରଣ ଖୋଜିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏବେ ବି ବହୁ ଆକ୍ରାନ୍ତ ଚିକିତ୍ସିତ ହେଉଥିବାରୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଜଣା ରୋଗ ବ୍ୟାପିଥିବା ମାନୁଷପଦର ଗାଁକୁ ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଂଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର୍ ଗାଁରେ କିଛି ଦିନ ହେଲା ଏକ ଅଜଣା ରୋଗ ବ୍ୟାପି ଥିବା ଜଣାପଡ଼ିଛି ଏହି ରୋଗରେ ସାଧାରଣତଃ ଛୋଟ ଶିଶୁମାନେ ଆକ୍ରାନ୍ତ ହୋଇଥିବା ବେଳେ ଗତ ସପ୍ତାହ ମଧ୍ୟରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ପୀଡ଼ିତ ହୋଇଥିବା ସିରମ ରକ୍ତ ନମୁନା ଅଧିକା ପରୀକ୍ଷା ପାଇଁ ଭୁବନେଶ୍ୱର ପଠା ଯାଇଥିବା ସୂଚନା ମିଳିଛି । ଏହି ରିପୋର୍ଟ ଆସିବା ପାଇଁ ୭ ଦିନ ଲାଗିବ ।
ସେପଟେ ମନୁଷପଦରରେ ଯେଉଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା, ସେମାନଙ୍କୁ ଆଦିବାସୀ ପରମ୍ପରା ଅନୁସାରେ ମାଟି ତଳେ ପୋତି ଦିଆଯାଇଛି । ତେବେ ଜଗଜଉ ଯେଉଁ ପଞ୍ଚମ ସାମ୍ପଲ ନେଇଥିଲା ସେଥରୁ ରୋଗୀକୁ ଡିପଥେରିଆ ହୋଇଥିବା ସନ୍ଦେହ କରାଯାଉଛି । ଏ ନେଇ ଅଧିକ ଛାନଭିନ୍ ଜାରି ରହିଛି ।












Click it and Unblock the Notifications