କାଶୀପୁରର ୨୦ରୁ ଅଧିକ ଗାଁକୁ ବ୍ୟାପିଲାଣି ହଇଜା
Kashipur ,Rayagada, Death Toll Increasing ,Cholera ,କାଶୀପୁରର ,୨୦ରୁ ଅଧିକ ଗାଁକୁ ବ୍ୟାପିଲାଣି ହଇଜା,୯ରେ ପହଁଚିଲାଣି ମୃତ୍ୟୁ ସଂଖ୍ୟା
ରାୟଗଡ଼ା : କାଶୀପୁର ବ୍ଲକରେ ଥମିବାର ନା ନେଉନି ହଇଜା । ପ୍ରତ୍ୟକ ଦିନ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ୨୮୧ ଊର୍ଦ୍ଧ୍ବ ହଇଜା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସରକାରୀ ରିପୋର୍ଟ ଅନୁସାରେ ମୋଟ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ସେପଟେ ୨୦ରୁ ଅଧିକ ଗାଁକୁ ବ୍ୟାପିଲାଣି ହଇଜା । କାଶୀପୁର ୪ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୮ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି । ୧୮ ଜଣ ଏମ୍ବିବିଏସ୍ ଡାକ୍ତରଙ୍କ ସମେତ ୮ ଜଣ ଆୟୁଷ ଡାକ୍ତରଙ୍କୁ ବିଭିନ୍ନ ବ୍ଲକରୁ ନିୟୋଜିତ କରାଯାଇଛି । ଆଜି ୧୧ ଜଣ ନୂଆ ରୋଗୀ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି ୩୦ରୁ ଅଧିକ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି ।

ନଦୀ ,ନାଳ,ପୋଖରୀ ,କୂଳ ସମେତ ଅନ୍ୟାନ୍ୟ ଜଳ ଉତ୍ସ ଦୂଷିତ ହୋଇଥିବାରୁ ଏହାର ବ୍ୟବାହାର ମଧ୍ୟ ବନ୍ଦ କରିଛନ୍ତି ଜିଲ୍ଲାପାଳ । ହଇଜା ବ୍ୟାପିବାର ମୁଖ୍ୟ କାରଣ ହେଉଛି ଦୂଷିତ ପାଣି । ଟ୍ୟାଙ୍କରେ ଯୋଗେ ବିଶୁଦ୍ଧ ପାଣି ଏବେ ପ୍ରତ୍ୟକ ଗାଁକୁ ଯୋଗାଇ ଦିଆଯାଉଛି । ଏହା ସହ ଗାଁର ସ୍ୱସ୍ଥତା ଉପରେ ପୁରା ଧ୍ୟାନ ଦିଆଯାଉଛି । ଗାଁର ପ୍ରତ୍ୟକ ରାସ୍ତାରେ ବ୍ଲିଚିଂ ପାଉଡର ସିଞ୍ଚନ କରାଯାଉଛି । ଅଙ୍ଗନବାଡ଼ି ଓ ଆଶାକର୍ମୀ ଘର ଘର ବୁଲି ଲୋକଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେବା ସହ ଓଆରଏସ ଓ ହେଲୋଜିନ ଟାବଲେଟ୍ ବଣ୍ଟନ କରିବା ଆରମ୍ଭ କରିଛନ୍ତି ।ଯେଉଁ ମାନେ ଏଧିକ ଗୁରୁତର ସେମାନଙ୍କୁ ତୁରନ୍ତ ଡାକ୍ତର ଖାନ ସ୍ଥାନନ୍ତରିତ କରାଯାଉଛି । ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ୬ଟି ଟିମ୍ ଗଠନ କରାଯାଇଛି ଗାଁର ନଳକୂପ ଗୁଡିକୁ ବ୍ଲିଚିଂ ପକାଇ ସଫା କରାଯିବା ସହ ପ୍ରତ୍ୟକ ଦିନ ପାଣି ନମୁନା ଲ୍ୟାବକୁ ପଠାଯାଉଛି । ଲୋକଙ୍କୁ ସଚେତନ ହେଲେ ହଇଜା ନିୟନ୍ତ୍ରଣକୁ ଆସିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications