ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ
ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ। ରାତି ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ମଙ୍ଗଳାଆଳତୀ କରାଯିବା ସହ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ସମସ୍ତ ରୀତିନୀତି ପରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ପ୍ରଭୁଙ୍କୁ ହରିହର ବେଶରେ ଦର୍ଶନ କରୁଛନ୍ତି ଭକ୍ତ ।
ମଧ୍ୟ ରାତ୍ରରେ ଗଜ ଭୋଗ ପାଇବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ପ୍ରସାଦ ପାଇଛନ୍ତି। ଏଥିପାଇଁ ପୂଜକଙ୍କ ପକ୍ଷରୁ ସମସ୍ତ ବସାଘର ଆଗରେ ପ୍ରସାଦ ବିକ୍ରିର ବ୍ୟବସ୍ଥା କରାଯାଇଛି।

ସୁରକ୍ଷା ସହ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ, ନଦୀ ଘାଟରେ ଓଡ୍ରାଫ, ଅଗ୍ନିଶମ ବାହିନୀ, ମେଡିକାଲ ଟିମ ମୁତୟନ ସହ ପୀଠରେ ଆଠଗଡ ଉପଜିଲ୍ଲାପାଳ ଓ କଟକ ଗ୍ରାମାଞ୍ଚଳ ଏସ୍ପି ଉପସ୍ଥିତ ରହି ତଦାରଖ କରୁଛନ୍ତି । ସକାଳୁ ସକାଳୁ ବ୍ୟାରିକେଟ ଦେଇ ଲମ୍ବାଧାଡିରେ ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।












Click it and Unblock the Notifications