Get Updates
Get notified of breaking news, exclusive insights, and must-see stories!

କାର୍ତ୍ତିକ ବ୍ରତ: ପୁରୀରେ ୨୫ ଶହ ହବିଷ୍ୟାଳୀଙ୍କ ପାଇଁ ରହଣୀ ବ୍ୟବସ୍ଥା

ଆସନ୍ତା ୧୮ରୁ କାର୍ତ୍ତିକ ବ୍ରତ । ଶ୍ରୀକ୍ଷେତ୍ରରେ ୨୫ ଶହ ବିଧବା ଓ ବୃଦ୍ଧାଙ୍କୁ ନିଃଶୁଳ୍କ ହବିଷ ବ୍ରତ ପାଳନ ସୁଯୋଗ ଯୋଗାଇଦେବେ ରାଜ୍ୟ ସରକାର । ସରକାର ଏକମାସ ଧରି ମାଗଣା ଆବାସ, ଦିନକୁ ଗୋଟିଏ ଓଳି ମହାପ୍ରସାଦ, ପ୍ରତ୍ୟେକ ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ରାଧା ଦାମୋଦର ପୂଜା ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ୩୬୫୦ ଶ୍ରଦ୍ଧାଳୁ ଅନ୍‌ଲାଇନ ଯୋଗେ ଆବେଦନ କରିଛନ୍ତି । ହେଲେ ୨୫ ଶହ ଜଣଙ୍କୁ ସୁବିଧା ଦେବେ ରାଜ୍ୟ ସରକାର ।

ଚଳିତ ବର୍ଷ ନୂତନ ଆବେଦନକାରୀଙ୍କୁ ଏଥିପାଇଁ ଅଗ୍ରାଧିକାର ଦିଆଯାଉଛି। ମାଗଣା ହବିଷ ଶିବିର ଆୟୋଜନ ପାଇଁ ସରକାର ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି।

ହବିଷ୍ୟାଳିଙ୍କ ପାଇଁ ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ, ବଡ଼ଦାଣ୍ଡରେ ଥିବା ପୁରୁଣା ମହିଳା କଲେଜ କୋଠା, ବଗଲା ଧର୍ମଶାଳା ଏବଂ ମୋଚିସାହି କଲ୍ୟାଣ ମଣ୍ଡପରେ ରହିବା ବ୍ୟବସ୍ଥା କରାଯାଇଛି । ସେସବୁ ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର, ପୁଲିସ ସହାୟତା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ଅଗ୍ନି ନିରାପତ୍ତା ଶିବିର ଖୋଲାଯିବ । ନିରବଚ୍ଛିନ୍ନ ବିଦ୍ୟୁତ୍ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ।

Kartika barta Accommodation

ହବିଷ ଶିବିର ପରିଚାଳନା ଦାୟିତ୍ବରେ ୪ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ପ୍ରାୟ ୨ଶହ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ସ୍ବତନ୍ତ୍ର ସର୍କିଟ ହାଉସରେ ପ୍ରସ୍ତୁତି କକ୍ଷର ସମୀକ୍ଷା କରିଛନ୍ତି। ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ମନୋନୀତ ହବିଷ୍ୟାଳିଙ୍କୁ ପ୍ରଶାସନ ପକ୍ଷରୁ ଫଟୋ ପରିଚୟପତ୍ର ପ୍ରଦାନ କରାଯିବ। ଶାରୀରିକ ଓ ମାନସିକ ଭାବେ ସୁସ୍ଥଥିବା ଆବେଦନକାରୀଙ୍କୁ ଚିହ୍ନଟ କରାଯାଇଛି। ହବିଷ ଶିବିରଗୁଡ଼ିକରେ ସନ୍ଧ୍ୟାରେ କାର୍ତ୍ତିକ ପୁରାଣ ଓ ଭାଗବତ କଥା ପ୍ରବଚନ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଆକାଶ ଦୀପ ଏବଂ ରାଧା ଦାମୋଦର ପୂଜା ବ୍ୟବସ୍ଥା କରାଯିବ। ସ୍ବତନ୍ତ୍ର ଗାଡ଼ି ଯୋଗେ ସେମାନଙ୍କୁ ଶ୍ରୀଜଗନ୍ନାଥ ମନ୍ଦିରକୁ ନିଆଯାଇ ସହାୟକଙ୍କ ସହଯୋଗରେ ଦର୍ଶନ ବ୍ୟବସ୍ଥା କରାଯିବାକୁ ସ୍ଥିର କରାଯାଇଛି। ସ୍ବତନ୍ତ୍ର ପରିମଳ ବ୍ୟବସ୍ଥା ନିମନ୍ତେ ପୁରୀ ପୌର ସଂସ୍ଥାକୁ ପରାମର୍ଶ ଦିଆଯାଇଛି। ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ହବିଷ୍ୟାଳିଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।

ଅତିରିକ୍ତ ଜିଲାପାଳ (ପ୍ରୋଟକଲ) ନୀଳମାଧବ ଭୋଇ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସ୍‌ପି ଦେବବ୍ରତ ଚକ୍ର ଓ ସୁଶୀଲ କୁମାର ମିଶ୍ର, ଉପଜିଲାପାଳ ଗୋପୀନାଥ କୁଅଁର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରୂପଭାନୁ ମିଶ୍ର, ଅତିରିକ୍ତ ଉପ ଜିଲାପାଳ ନୀଳମାଧବ ମାଝି, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ଓ ମନୀଷା ଷଡ଼ଙ୍ଗୀ, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଅଧିକାରୀ ବିଶ୍ୱନାଥ ପଣ୍ଡା, ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ, ପର୍ଯ୍ୟଟନ ସହକାରୀ ନିର୍ଦେଶକ ସରୋଜକାନ୍ତ ପ୍ରଧାନ, ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+