କାଲିଠୁ କାର୍ତ୍ତିକ ବ୍ରତ; ଳହୁଳିରେ ଉଚ୍ଛୁଳିବ ହବିଷ୍ୟାଳି ଶିବିର, ପୁରୀରେ ପ୍ରବଳ ଭିଡ

ମଙ୍ଗଳବାରଠୁ କାର୍ତ୍ତିକ ବ୍ରତ। ହୁଳହୁଳିରେ ଉଚ୍ଛୁଳିବ ହବିଷ୍ୟାଳି ଶିବିର । ବୟସ୍କା ମା'ଙ୍କ ଭଜନ ଜଣାଣରେ ପୁରୀରେ ଭରିବ ଉନ୍ମାଦନା । କାର୍ତ୍ତିକ ବ୍ରତ କରିବା ପାଇଁ ଦୂରଦୂରାନ୍ତରୁ ହଜାର ହଜାର ହବିଷ୍ୟାଳିଙ୍କ ସୁଅ ଶ୍ରୀକ୍ଷେତ୍ରକୁ ଛୁଟିଛି ।

ସୋମବାର କୁମାର ପୂର୍ଣ୍ଣିମା ଥିବାବେଳେ ମଙ୍ଗଳବାରଠାରୁ ଆରମ୍ଭ ହେବ ରାଈଦାମୋଦର ବ୍ରତ । ହବିଷ୍ୟାଳିମାନେ ମଙ୍ଗଳବାର ସଂକଳ୍ପ କରି ବ୍ରତ ଧାରଣ କରିବେ । ବୟସ୍କ ମା'ମାନେ ଶିବିରରେ ପହଞ୍ଚିବା ପରେ ସେଠାରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଛି । ପରିବାର, ବନ୍ଧୁବାନ୍ଧବ ବୟସ୍କା ମା'ମାନଙ୍କୁ ଆଣି ଶିବିରରେ ଛାଡ଼ି ଯାଇଛନ୍ତି । ପ୍ରଶାସନ ପକ୍ଷରୁ ହୋଇଥିବା ପଞ୍ଜୀକରଣ କେନ୍ଦ୍ରରେ ହବିଷ୍ୟାଳି ମାଆମାନଙ୍କ କାଗଜପତ୍ର ଯାଞ୍ଚ କରାଯାଇ ଆଇକାର୍ଡ ପ୍ରଦାନ କରାଯାଉଛି । ଏଥସହିତ ସରକାରଙ୍କ ତରଫରୁ ହୋଇଥିବା ସ୍ବତନ୍ତ୍ର ହବିଷ୍ୟାଳି କିଟ୍ ଦିଆଯାଇଛି।

Kartik Vrat fromtomorrow habishyali

ବରିଷ୍ଠ ଜ୍ୟୋତିର୍ବିତ ହରିଶଙ୍କର ମିଶ୍ର କହିଛନ୍ତି, ମଙ୍ଗଳବାର ସୂର୍ଯ୍ୟୋଦୟକୁ ପୂର୍ଣ୍ଣିମା ତିଥି ଥିବାରୁ ଶ୍ରୀମନ୍ଦିରରେ ମଙ୍ଗଳବାର ହେବ କୁମାର ପୂର୍ଣ୍ଣିମା ନୀତି । ପରମ୍ପରା ଅନୁଯାୟୀ ସେହିଦିନ ଲକ୍ଷ୍ମୀନାରାୟଣଙ୍କ ଦ୍ୟୁତକ୍ରୀଡ଼ା ସହ ପ୍ରଭୁ ଶ୍ରୀସୁଦର୍ଶନ ଦୋଳ ବିମାନରେ ବିଜେ କରି ଚାରି ଆଶ୍ରମ ପରିକ୍ରମା କରିବେ । ଶ୍ରୀମନ୍ଦିରର ବିଧି, ପରମ୍ପରା ସମ୍ପୂର୍ଣ୍ଣ ଅଲଗା । ସୂର୍ଯ୍ୟୋଦୟ ସମୟରେ ଯେଉଁ ତିଥି ଥାଏ ତାକୁ ଆଧାର କରି ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣି ପାଳନ କରାଯାଇଥାଏ । କିନ୍ତୁ କୁମାରୀ ଝିଅମାନେ ମଙ୍ଗଳବାର ପରିବର୍ତ୍ତେ ସୋମବାର ଚନ୍ଦ୍ର ଉଦୟ ବେଳକୁ ପୂର୍ଣ୍ଣିମା ତିଥି ଥିବାରୁ ଜହ୍ନି ଓଷା ଶେଷ କରି ଚନ୍ଦ୍ର ପୂଜା ସହ ଆଞ୍ଜୁଳି ଟେକି କୁମାର ପୂର୍ଣ୍ଣିମା ପର୍ବ ପାଳନ କରିବେ । ଏଣୁ ସେହି ଅନୁଯାୟୀ କୁମାର ପୂର୍ଣ୍ଣିମା ପରଦିନ ଅର୍ଥାତ ମଙ୍ଗଳବାର ହିଁ ମା'ମାନେ ସଂକଳ୍ପ କରି ରାଈଦାମୋଦର ବ୍ରତ କରିବେ ।

ସୂଚନାଥାଉ କି, ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ ଓ ମୋଚିସାହି କଲ୍ୟାଣ ମଣ୍ଡପଠାରେ ପ୍ରଶାସନ ପକ୍ଷରୁ ହବିଷ୍ୟାଳି ମା'ମାନଙ୍କର ରହଣି ବ୍ୟବସ୍ଥା ହୋଇଛି । ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇବାକୁ ବ୍ୟବସ୍ଥା କରିଛି । ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା ସହ ଚିକିତ୍ସା, ପରିମଳ, ପାନୀୟ ଜଳ, ନରେନ୍ଦ୍ରରେ ସ୍ନାନ ବ୍ୟବସ୍ଥା ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି ଓ ସଂପୃକ୍ତ ବିଭାଗର କର୍ମଚାରୀମାନେ ସମସ୍ତ ହବିଷ୍ୟାଳି କେନ୍ଦ୍ର କଣ୍ଟ୍ରୋଲ ରୁମ୍‌ରେ ରହି କୌଣସି ସମସ୍ୟା ହେଲେ ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା କରିବେ । ଏହାକୁ ସୁନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ସ୍ବତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ସମସ୍ତ ତୀର୍ଥ ପୁଷ୍କରିଣୀରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ୨୨ ପ୍ଲାଟୁନ ପୋଲିସ ଫୋର୍ସ, ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୫ ଇନ୍ସପେକ୍ଟର, ୬୫ ସବ ଇନ୍ସପେକ୍ଟର, ୧୦୦ କନଷ୍ଟେବଳ ମୁତୟନ ରହିବେ। ପଞ୍ଚୁକ ସମୟରେ ପ୍ରବଳ ଭକ୍ତଙ୍କ ଭିଡ଼ ହେବ। ସେହି ସମୟରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ସୂଚନା ଦେଲେ ପୁରୀ ଏସପି ପ୍ରତୀକ ସିଂ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+