ଆଜିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ର ଚଳଚଞ୍ଚଳ, ଶୃଙ୍ଖଳିତ ଦର୍ଶନ ପାଇଁ ୨୨ ପ୍ଲାଟୁନ୍ ଫୋର୍ସ ମୁତୟନ

ରାତି ପାହିଲେ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ସରକାରଙ୍କ ଦ୍ଵାରା କରାଯାଇଥିବା ହବିଷ୍ୟାଳୀ ଶିବିରରେ ହବିଷ୍ୟାଳୀମାନେ ଆସି ପହଞ୍ଚିବା ପରେ ନିଜର ସମସ୍ତ ପ୍ରମାଣପତ୍ର ଦେଇ ପଞ୍ଜିକରଣ କରିଛନ୍ତି । ପୁରୀରେ ମୋଟ ଚାରୋଟି ସ୍ଥାନରେ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପ, ରେଲୱେ ଷ୍ଟେସନ ଟୁରିଷ୍ଟ କମ୍ପ୍ଲେକ୍ସ ସହିତ ରେଲୱେ କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀ ଶିବିର ବ୍ୟବସ୍ଥା କରାଯାଇଛି ।

Kartika Month 2025 : ଶିବିରରେ‌ ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପାନୀୟ ଜଳ, ଶୌଚାଳୟ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ପୋଲିସ ବ୍ୟବସ୍ଥା, ସହାୟତା କେନ୍ଦ୍ର, ଏବଂ ପ୍ରତ୍ୟେକ ଦିନ ଜଗନ୍ନାଥ ଦର୍ଶନ ସହିତ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳୀମାନଙ୍କ ପାଇଁ ସନ୍ଧ୍ୟାରେ ପାଲା, ଦାସ କାଠିଆ ଆଦି ପରିବେଷଣ ନେଇ ବ୍ୟବସ୍ଥା ମଧ୍ୟ କରାଯାଇଛି । ହବିଷ୍ୟାଳୀଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ହବିଷ୍ୟାଳୀ ଶିବିରରେ ସ୍ବାସ୍ଥ୍ୟ ଶିବିର କରାଯାଇଛି । ଗୁରୁତର ସ୍ବାସ୍ଥ୍ୟ ଗତ ସମସ୍ୟା ସୃଷ୍ଟି ହେଲେ ମେଡିକାଲ୍ ନେବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ତୀର୍ଥ ପୁଷ୍କରିଣୀରେ ହବିଷ୍ୟାଳୀମାନେ ସ୍ନାନ କରିବାକୁ ଦୃଷ୍ଟିରେ ରଖାଯାଇ ସେଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହବିଷ୍ୟାଳୀଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମୀଙ୍କୁ ନିୟୋଜିତ କରାଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ହବିଶ୍ୟାଳୀ ଶିବିରରେ ରହିବା ପାଇଁ ଖୋର୍ଦ୍ଧା ଚିଲିକାରୁ ଆସିଥିବା ଜଣେ ହବିଶ୍ୟାଳି ମା ଅନ୍ନପୂର୍ଣ୍ଣା ଭୋଳ କହିଛନ୍ତି, "ମୁଁ କାର୍ତ୍ତିକ ବ୍ରତ କରିବାକୁ ପୁରୀ ଆସିଛି । ଆମ ପାଇଁ ସରକାର କରିଥିବା ହବିଶ୍ୟାଳୀ ଶିବିରରେ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ରହିବା, ଖାଇବା, ପ୍ରତିଦିନ ଶ୍ରୀମନ୍ଦିର ଯାଇ ଜଗନ୍ନାଥ ଦର୍ଶନ କରିବା, ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ଶିବିର ବ୍ୟବସ୍ଥା ହୋଇଛି । ଆମ ସୁରକ୍ଷା ପାଇଁ ପୋଲିସ ବିଭାଗ ସହ ସ୍ବେଛାସେବୀ ରହିଛନ୍ତି । କାର୍ତ୍ତିକ ମାସ ସାରା ହବିଶ୍ୟାଳୀ ଶିବିରରେ ଆମ ପାଇଁ ପାଲା , ଦାସକାଠିଆ, କୃଷ୍ଣ ଲୀଳା ପରିବେଷଣ ନେଇ ବ୍ୟବସ୍ଥା ରହିଛି । ଆମେ ରାଇ ଦାମୋଦରଙ୍କୁ ପୁଜା କରିବ ସହ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି କାର୍ତ୍ତିକ ବ୍ରତ ପାଳନ କରୁ ।"

ଆଉ ଜଣେ ହବିଶ୍ୟାଳି ମା' ମୋତିବାଳା ସାମନ୍ତରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ମୁଁ କାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀ ଆସିଛି । ମତେ ଏଥର ବୃନ୍ଦାବତି ନିବାସରେ ହୋଇଥିବା ହବିଶ୍ୟାଳୀ ଶିବିରରେ ରହିବା ପାଇଁ ସ୍ଥାନ ମିଳିଛି । ମୁଁ ଅନଲାଇନରେ ଆବେଦନ କରିଥିଲି । ସରକାରଙ୍କ ପକ୍ଷରୁ ହୋଇଥିବା ହବିଶ୍ୟାଳୀ ଶିବିର ଆମ ମାନଙ୍କ ସୁରକ୍ଷା, ସୁବିଧା ଓ କାର୍ତ୍ତିକ ବ୍ରତ ପାଇଁ ଯାହା ଆବଶ୍ୟକତା ଅଛି ତାହା ସବୁ ସରକାର ଆମ ପାଇଁ ବ୍ୟବସ୍ଥା କରିଛନ୍ତି । ଶ୍ରୀ ମନ୍ଦିରକୁ ଯାତାୟାତ ପାଇଁ ଆମ ପାଇଁ ସ୍ବତନ୍ତ୍ର ବସ ସହିତ ସ୍ବେଛାସେବୀଙ୍କୁ ଆମ ସହାୟତା ପାଇଁ ରଖାଯାଇଛି। ଏଠାରେ ଏକ ମାସ ରହି ମହାପ୍ରଭୁଙ୍କୁ ସ୍ମରଣ କରି କାର୍ତ୍ତିକ ବ୍ରତ ପାଳନ କରିବୁ । ଏହା ଦ୍ଵାରା ଆମ ପରିବାରର ମଙ୍ଗଳ ହେବ ବୋଲି ବିଶ୍ଵାସ ରହିଛି ।"

ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ସହିତ ହଜାର ହଜାର ଭକ୍ତ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଣୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଭିତରେ ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ଲାଇନ୍ ବ୍ୟବସ୍ଥା କରାଯାଇଛି । ଅନ୍ୟ ଭକ୍ତ ମାନେ ମଧ୍ୟ ମହାପ୍ରଭୁଙ୍କୁ କିଭଳି ସୁରୁଖୁରୁରେ ଦର୍ଶନ କରିପାରିବେ ସେନେଇ ନାଟମଣ୍ଡପ ଭିତରେ ପୋଲିସ, ଜେଟିପିଙ୍କୁ ମୁତୟନ କରାଯିବାର ବ୍ୟବସ୍ଥା ହୋଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। କାର୍ତ୍ତିକ ମାସରେ ଶୃଙ୍ଖଳିତ ଦର୍ଶନ ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ୨୨ ପ୍ଲାଟୁନ ପୋଲିସ ଫୋର୍ସ, ୪ ଅତିରିକ୍ତ ଏସପି, ୧୫ ଡିଏସପି, ୧୫ ଇନ୍ସପେକ୍ଟର, ୬୫ ଜଣ ସବ ଇନ୍ସପେକ୍ଟର, ୧୦୦ କନଷ୍ଟେବଳଙ୍କୁ ମୁତୟନ କରାଯାଇଛି। ସେହିପରି ସିସିଟିଭିରେ ସମଗ୍ର ଅଞ୍ଚଳକୁ ନଜର ରଖାଯାଇଥିବା ବେଳେ ଏନେଇ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ କରାଯାଇଛି । ଲୋକଙ୍କୁ ବିଭିନ୍ନ ସୂଚନା ପ୍ରଦାନ ପାଇଁ ଅଧିକ ସୂଚନା କେନ୍ଦ୍ର ସ୍ଥାପନ କରାଯାଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସପି ।

ପୁରୀ ଏସପି ପ୍ରତୀକ ସିଂହ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ମଙ୍ଗଳବାର ଠାରୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହେବ। ଓଡ଼ିଶାର କୋଣ ଅନୁକୋଣରୁ ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀ ଆସିବେ । କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଶ୍ୟାଳି ମା ମାନେ ଆସିବା ଆରମ୍ଭ କରିଦେଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ହବିଶ୍ୟାଳି ଶିବିରରେ ରହିବାକୁ ଥିବା ହବିଶ୍ୟାଳି ମା ମାନେ କିଭଳି ଭଲରେ ରହିବେ ଓ ଶ୍ରୀମନ୍ଦିର ଆସି ଜଗନ୍ନାଥ ଦର୍ଶନ କରିବେ ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି କାର୍ତ୍ତିକ ମାସରେ ଅଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ସେମାନେ କିଭଳି ଭଲରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେ ନେଇ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ବାହାରେ ଓ ଭିତରେ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ବ୍ୟବସ୍ଥା ସହ ସୂଚନା ପାଇଁ ଅଧିକ ସୂଚନା କେନ୍ଦ୍ର ସ୍ଥାପନ କରାଯାଇଛି । ସୁରକ୍ଷା ପାଇଁ ସିସିଟିଭିରେ ନଜର ରଖାଯାଇଛି । କୌଣସି ଭକ୍ତ କିଛି ଅସୁବିଧା ସମ୍ମୁଖୀନ ହେଲେ ୧୧୨କୁ ଫୋନ୍ ପାଇଁ ଆମେ ଅନୁରୋଧ କରୁଛୁ । ତେବେ ପୋଲିସ ଓ ପ୍ରଶାସନ ଯାହା ନିୟମ କରିଛନ୍ତି ତାହା ଭକ୍ତ ମାନେ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ଆମେ ଭକ୍ତ ଙ୍କୁ ଅନୁରୋଧ କରୁଛୁ । ପୁରୀ ରେ ଟ୍ରାଫିକ ସୂପରିଚାଳନା ପାଇଁ ଅଭିଜ୍ଞ ପୋଲିସ ଅଧିକାରୀ ଙ୍କୁ ଦାୟିତ୍ଵ ଦିଆଯାଇଛି । ହବିଶ୍ୟାଳୀ ଶିବିରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ ପାଇଁ ମୁତୟନ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।"

Kartik Vrat begins today

ପୁରୀର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଶ୍ୟାଳୀ ମା ମାନେ ଆଜି ପହଞ୍ଚିଚନ୍ତି। ତାଙ୍କର ରହିବା ପାଇଁ ସବୁ ବ୍ୟବସ୍ଥା ରହିଛି। ସ୍ବେଛାସେବୀ ଓ ସରକାରୀ କର୍ମଚାରି ମାନେ ହବିଶ୍ୟାଳୀ ମା ମାନଙ୍କୁ ନେଇ ସେମାନେ କେଉଁ ସ୍ଥାନରେ ରହିବେ ସେ ନେଇ ସୂଚନା ଦେଉଚନ୍ତି। ସେଠାର ସେମାନଙ୍କୁ ପହଞ୍ଚାଉଛନ୍ତି । ଯେଉଁ ମାନଙ୍କ ପଞ୍ଜି କରଣ ହୋଇ ନାହିଁ ସେହି ଆବେଦନକାରୀଙ୍କୁ ଆମେ ସୂଚନା ଦେଇ ଦେଇଛୁ । ଏଣୁ ଚଳିତ ବର୍ଷ କିଛି ଆଉ ସମସ୍ୟା ନାହିଁ। ଏଠାରେ ରହିବା, ଖାଇବା, ସହ ଜଗନ୍ନାଥ ଦର୍ଶନ ପାଇଁ ସବୁ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି । ହବିଶ୍ୟାଳୀମାନଙ୍କୁ ସହାୟତା ପ୍ରଦାନ ପାଇଁ ସ୍ବେଛାସେବୀଙ୍କୁ ମୁତୟନ କରାଯାଇଛି ।

ଚଳିତ ବର୍ଷ ୨୪୦୦ ହବିଶ୍ୟଳୀ ମୋଟ ୪ଟି ଶିବିରରେ ବ୍ୟବସ୍ଥା ରହିଛି । ତେବେ ଭକ୍ତଙ୍କ ସୁରକ୍ଷା ସହିତ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ୨୪ ଘଣ୍ଟିଆ ଆଲର୍ଟ ରହିବାର ଆବଶ୍ୟକତା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+