Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ନୀତିକାନ୍ତି ଚୂଡାନ୍ତ, ଦିନ ୧୨ ସୁଦ୍ଧା ମିଳିବ ମହାପ୍ରସାଦ

ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ନୀତିକାନ୍ତି ଚୂଡାନ୍ତ, ଦିନ ୧୨ ସୁଦ୍ଧା ମିଳିବ ମହାପ୍ରସାଦ

ପୁରୀ: ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ନୀତିକାନ୍ତି ଚୂଡାନ୍ତ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଚଳିତବର୍ଷ କାର୍ତ୍ତିକ ମାସରେ ଭକ୍ତଙ୍କ ପାଇଁ ଭୋର ୪ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର । ସକାଳ ୫ଟାରେ ମଙ୍ଗଳ ଆଳତି । ୬ଟା ୩୦ ରୁ ୭ଟା ୩୦ ମଧ୍ୟରେ ଠାକୁରଙ୍କୁ ରାଧା ଦାମୋଦର ବେଶ କରାଯିବା ସହ ଦିନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ବାଳଧୂପ କରାଯିବ । ଦିନ ୧୨ ସୁଦ୍ଧା ଭକ୍ତ ମାନେ ପାଇପାରିବେ ମହାପ୍ରସାଦ । କାର୍ତ୍ତିକ ମାସରେ ଲୋକଙ୍କ ଭିଡ ଓ ହବିଷ୍ୟାଳିଙ୍କ ସୁବିଧାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସେହିପରି କାର୍ତ୍ତିକ ମାସରେ ଭକ୍ତଙ୍କ ପାଇଁ ହୋଇଛି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ।

Kartik Purnima

ଅକ୍ଟୋବର ୩୧ ତାରିଖରେ ଶ୍ରୀମନ୍ଦିରରେ ହେବ ଶ୍ରୀଜିଉଙ୍କର ହରିହର ବେଶ ହେଲେ ମହାପ୍ରଭୁ ଜଗନ୍ନାଥଙ୍କୁ ରାଧା ଦାମୋଦର ବେଶ କରାଯିବ । ନଭେମ୍ବର ୪ରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ, ୫ରେ ବାମନ ବେଶ ସହ ଗରୁଡ଼ ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ୬ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୭ରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ନଭେମ୍ବର ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁ ରାଜାଧିରାଜ ବେଶରେ ଏଥର ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେବେ । ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଅମାବାସ୍ୟା ତିଥିରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ନୀତି ପାଳନ ହେବ । ସେହିପରି ନଭେମ୍ବର ୮ ମଙ୍ଗଳବାର ଅର୍ଥାତ୍ ପୂର୍ଣ୍ଣିମା ଦିନ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହେବ ।

ଗତକାଲି ଅର୍ଥାତ୍ ଗୁରୁବାର ଦିନ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅକ୍ଟୋବର ୬ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବାପାଇଁ ଯାଉଛି କାର୍ତ୍ତିକ ବ୍ରତ । ଯେଉଁଥି ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶୃଙ୍ଖଳିତ ନୀତିକାନ୍ତି ଏବଂ ସମୟାନୁବର୍ତ୍ତୀ କରିବା ପାଇଁ ସ୍ଥିର କରାଯାଇଛି । ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ସିଂହଦ୍ବାର ଏବଂ ପଶ୍ଚିମଦ୍ବାର ଦେଇ ପ୍ରବେଶ କରିବେ ଓ ଦର୍ଶନ ପରେ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ । କାର୍ତ୍ତିକ ମାସରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଠାକୁରଙ୍କ ନୀତି ସଅଳ କରାଯିବ ।

Kartik Purnima

ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରହି ରାଇଦାମୋଦର ବ୍ରତ ପାଳନ କରିବେ ହବିଷ୍ୟାଳି । ପ୍ରାୟ ଅଢେଇରୁ ତିନିହଜାର ହବିଷ୍ୟାଳି ମାସେ ପୁରୀରେ ରହିବେ। ହବିଷ୍ୟାଳିମାନେ ମହାପ୍ରସାଦ ଉପରେ ନିର୍ଭର କରୁଥିବାରୁ ଦିନ ୧୨ଟା ସୁଦ୍ଧା ଯେପରି ଭୋଗମଣ୍ଡପ ନୀତି ଶେଷହେବ ସେ ସମ୍ପର୍କରେ ଆଲୋଚନା କରାଯାଇଛି । ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖ ଠାରୁ ନଭେମ୍ବର ୮ ପର୍ଯ୍ୟନ୍ତ ହବିଷ୍ୟାଳୀ ମାନଙ୍କର ରହିବା ବ୍ୟବସ୍ଥା କରାଯାଇଛି ।

ଆରକ୍ଷୀ ଅଧୀକ୍ଷକ ଡ. କନୱର ବିଶାଲ ସିଂହ, ଶ୍ରୀମନ୍ଦିର ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ ଅଜୟ କୁମାର ଜେନା, ଛତିଶା ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର, ପରିଚାଳନା କମିଟି ସଭ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି ଏବଂ ଜଗନ୍ନାଥ କରଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+