Get Updates
Get notified of breaking news, exclusive insights, and must-see stories!

Kargil Vijay Diwas: ଆଜି ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ,ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜନାଥ ସିଂ

କାର୍ଗିଲ ବିଜୟ ଦିବସ: ୩ ମେ ୧୯୯୯ରେ ଆରମ୍ଭ ହୋଇଥିବା କାର୍ଗିଲ ଯୁଦ୍ଧ, ୨ ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ଯୁଦ୍ଧ ୨୬ ଜୁଲାଇରେ ଶେଷ ହୋଇଥିଲା । ମାଇନସ୍ ୧୦ଡିଗ୍ରୀ ସେଲସିୟସରେ କାର୍ଗିଲ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧ ସମୟରେ ଭାରତୀୟ ସେନା 'ଅପରେସନ୍ ବିଜୟ' ପରିଚାଳନା କରିଥିଲା । ୨୬ ଜୁଲାଇ ୧୯୯୯ରେ ଭାରତୀୟ ସେନା ଆନୁଷ୍ଠାନିକ ଭାବରେ ଯୁଦ୍ଧର ସଫଳତା ଘୋଷଣା କରିଥିଲା, ତେଣୁ ଭାରତୀୟ ଯବାନଙ୍କ ବଳିଦାନ, ତ୍ୟାଗ ଓ ବିଜୟଗାଥାକୁ ମନେ ପକାଇ ପ୍ରତିବର୍ଷ ୨୬ଜୁଲାଇରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଏ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କାର୍ଗିଲ ବିଜୟ ଦିବସ ଅବସରରେ ସହିଦ ଯବାନ ମାନଙ୍କୁ ସ୍ମରଣ କରିଛନ୍ତି। ରାଜନାଥ ସିଂ ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ସେୟାର କରିଛନ୍ତି। ଭିଡିଓ ସେୟାର କରି ରାଜନାଥ ସିଂ ଲେଖିଛନ୍ତି, କାର୍ଗିଲ ବିଜୟ ଦିବସ ଅବସରରେ ଦେଶକୁ ସୁରକ୍ଷା ଦେବା ପାଇଁ ଜୀବନ ହରାଇଥିବା ସମସ୍ତ ଯୋଦ୍ଧାଙ୍କୁ ପ୍ରଣାମ ।

kargil

ସୂଚନାଥାଉ ଯେ, କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ୫୦୦ରୁ ଅଧିକ ଅଧିକାରୀ ଏବଂ ସୈନିକ ପ୍ରାଣ ହରାଇଥିଲେ ସେହିପରି କାର୍ଗିଲ ଯୁଦ୍ଧରେ ପ୍ରାୟ ୬୯୬ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ । ୧୯୪୭ ମସିହାରେ ଭାରତ ବିଭାଜନ ପୂର୍ବରୁ କାର୍ଗିଲ ଲଦାଖର ବାଲ୍ଟିସ୍ତାନ ଜିଲ୍ଲାର ଏକ ଅଂଶ ଥିଲା । କାଶ୍ମୀର ଯୁଦ୍ଧ ପରେ ଏହା ପ୍ରଥମେ LoC ରୁ ଅଲଗା ହୋଇଥିଲା ।

କ୍ୟାପଟେନ ବିକ୍ରମ ବତ୍ରାଙ୍କୁ ଏହି ଯୁଦ୍ଧର ସବୁଠାରୁ ବଡ ହିରୋ ଭାବରେ ବିବେଚନା କରାଯାଏ । ସେ ୯ ସେପ୍ଟେମ୍ବର ୧୯୪୭ରେ ଜନ୍ମଗ୍ରହଣ କରିଥିଲେ। ସେ 13 J&K ରାଇଫଲ୍ସରେ କ୍ୟାପଟେନ୍ ଥିଲେ । ସେ IMAରୁ ପାସ୍ କରିବା ପରେ ୬ ଡିସେମ୍ବର ୧୯୯୭ରେ ଲେଫ୍ଟନାଣ୍ଟ ଭାବରେ ସେନାରେ ଯୋଗ ଦେଇଥିଲେ। ତାଙ୍କ ବାଟାଲିଅନ୍ କାର୍ଗିଲ୍ ଯୁଦ୍ଧରେ 6 ଜୁନ୍ ରେ ଡ୍ରାସରେ ପହଞ୍ଚିଥିଲା ।

ଭାରତୀୟ ବାୟୁସେନା ୨୬ମେ ୧୯୯୯ରେ କାର୍ଗିଲ ଯୁଦ୍ଧ ସମୟରେ 'ଅପରେସନ୍ ସଫେଡ୍ ସାଗର' ଆରମ୍ଭ କରିଥିଲା । ପାକିସ୍ତାନୀ ସୈନ୍ୟ ଉପରେ ଆକ୍ରମଣ କରିବା ପାଇଁ ଭାରତୀୟ ମିଗ୍ -21, ମିଗ୍ -27 ଏବଂ ମିରାଜ୍ 2000 ଭଳି ଯୁଦ୍ଧ ବିମାନ ବ୍ୟବହାର କରାଯାଇଥିଲା । ପରେ ଏହି ଯୁଦ୍ଧ ବିମାନରୁ ରକେଟ୍ ଏବଂ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+